ମିଳିଲା କଲରାପତରିଆ ଖପୁରୀ ହାଡ: ୨ ଗିରଫ, ୪ ଅଭିଯୁକ୍ତ ଫେରାର

ରେଢାଖୋଲ(କେନ୍ୟୁଜ୍): ମିଳିଲା କଲରାପତରିଆ ଖପୁରୀ ହାଡ, ୨ ଗିରଫ । ୪ ଅଭିଯୁକ୍ତ ଫେରାର । ରେଢାଖୋଲ ବନଖଣ୍ଡରେ ମାତିଛନ୍ତି ଶିକାରୀ । ରେଢାଖୋଲ ବନଖଣ୍ଡ ଡଇଁଚା ସେକ୍ସନ ଶରଧାପୁର ଗାଁ ଜଙ୍ଗଲରେ ବାଘକୁ ମାରି ଚମଡା ନେଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ବନ ବିଭାଗ ଚଢଉ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ଶରଧାପୁର ଗାଁର ଚୈତନ୍ୟ କୁଜୁର ଓ ଅଜିତ ନାଏକ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ମାଷ୍ଟରମାଇଣ୍ଡ ଏବେବି ଫେରାର ରହିଛି ।

ପ୍ରାୟ ସପ୍ତାହେ ତଳେ ରେଢାଖୋଲ ବନଖଣ୍ଡ ଅଞ୍ଚଳର ଖୋଲଗାଡ ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ଶିକାର ହୋଇଥିବା ବନ ବିଭାଗ ଖବର ପାଇଥିଲା । ବାଘକୁ ଶିକାର କରିବା ପରେ ଏହାର ଚମଡା ଶରୀର ଅଶାଢିଆ ଜଙ୍ଗଲ ନିକଟରେ ପୋଡି ଦେଇଥିଲେ । ଏହାସହ ମୁଣ୍ଡକୁ ପୋତି ଦେଇଥିଲେ । ବନ କର୍ମଚାରୀ ପୋତା ଯାଇଥିବା ସ୍ଥାନକୁ ଯାଇ ବାଘର ଗଳିତ ମୁଣ୍ଡ, ପାଉଁଶ ଓ ହାଡ ଜବତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.