ମା ହେଲା କଳା କଲରାପତରିଆ ବାଘ, ସୂଚନା ଦେଲେ ନୟାଗଡ ବନାଞ୍ଚଳ ଅଧିକାରୀ

ନୟାଗଡ : ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ ।  ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ ।  ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪  ଗୋଟି କଳା କାଳରପତରିଆ ବାଘ ରହିଥିଲେ ।  ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ ।

ଚଳିତ ବର୍ଷ କିଛି ଛୁଆ ଜନ୍ମ କରିଛନ୍ତି ।  ବାଘ ଟି ଛୁଆକୁ ପାଟିରେ ନେଇକି ଯାଉଥିବା କ୍ୟାମେରା ରେ କଏଦ ହୋଇଛି ।  କେତେ ଛୁଆ ଜନ୍ମ ହୋଇଛି ବନ ବିଭାଗ ପାଖରେ ଖବର ନାହିଁ ।  ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣା ପଡ଼ିବ ବୋଲି  ନୟାଗଡ ବନାଞ୍ଚଳ ଅଧିକାରିଣୀ କହିଛନ୍ତି ।