ଧରାପଡ଼ିଲା କାଲରାପତରିଆ ବାଘ, ୪ ଘଣ୍ଟା ପରେ କାବୁ କଲା ବନ ବିଭାଗ
ଜାଲରେ ପଡ଼ିଲା କାଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡ଼ିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ୍ ଟିମ୍ ସାହାଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି। ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିଲା। ଖବର ପ୍ରଚାର ହେବା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଘଟଣାସ୍ଥଳରେ ବନ ବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚି ବାଘକୁ କାବୁ କରିଥିଲା।

ବାରିପଦା (କେନ୍ୟୁଜ): ଜାଲରେ ପଡ଼ିଲା କାଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡ଼ିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ୍ ଟିମ୍ ସାହାଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି। ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିଲା। ଖବର ପ୍ରଚାର ହେବା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଘଟଣାସ୍ଥଳରେ ବନ ବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚି ବାଘକୁ କାବୁ କରିଥିଲା। ବାଘ କାବୁ ହେବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।
ସୂଚନା ଅନୁସାରେ ଭଞ୍ଜପୁର ଅଞ୍ଚଳରେ ଆଜି ସକାଳୁ ଏକ ବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବନଭିଭାଗର କର୍ମଚାରୀ ସଜାଗ ରହିଛନ୍ତି । ବନ ବିଭାଗ ପହଞ୍ଚି ବାଘକୁ ଖୋଜା ଖୋଜି କରୁଥିଲେ । ସେପଟେ ବାଘ କଥା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଥିଲେ ।