ଆଠଗଡ଼ରେ ବୁଲୁଛି ବାଘ, ଲୋକଙ୍କୁ ଭୟଭୀତ ନହେବାକୁ DFOଙ୍କ ଅପିଲ

ଆଠଗଡ଼: ଆଠଗଡ଼ରେ ବୁଲୁଛି ବାଘ । ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ ଦେଖିବାକୁ ମିଳିଛି କଲରା ପତରିଆ ବାଘ। ବନଖଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର ହିନ୍ଦୋଳ ପର୍ଯ୍ୟନ୍ତ ବାଘଟି ବୁଲୁଥିବା ଦେଖିବାକୁ ମିଳୁଛି । ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆର ଭିଡିଓ ମୋବାଇଲରେ କଏଦ ହୋଇଛି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇ ଛି। ବାଘର ଗତିବିଧି ଉପରେ ନଜର ରଖାଯାଉଛି ବୋଲି ବନବିଭାଗ କହିଛି। ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବା କୁହାଯାଉଛି। ସେମାନେ ଏହି ଅଞ୍ଚଳର ବୁଲାବୁଲି କରୁଥିବା ଲୋକେ କହୁଛନ୍ତି । ଲୋକମାନଙ୍କୁ ଭୟଭୀତ ନହେବାକୁ ଆଠଗଡ଼ DFO ଅପିଲ କରିଛନ୍ତି ।
ଅହୁରି ପଢନ୍ତୁ : ରାଜଧାନୀରୁ ୩୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର