ଅକ୍ସିଜେନ ଗାଡିକୁ ଟୋଲ ମୁକ୍ତ କରିବା ପାଇଁ NHAIକୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବର: ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡି ଗୁଡିକୁ ଟୋଲ ମୁକ୍ତ କରିବାକୁ NHAIକୁ ରାଜ୍ୟ ସରକାରଙ୍କ ଅନୁରୋଧ । ଏ ନେଇ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହେମନ୍ତ କୁମାର NHAIକୁ ଚିଠି ଲେଖିଛନ୍ତି । କହିଛନ୍ତି, ରାଜ୍ୟରେ ବହୁ ସଂଖ୍ୟକ ଗାଡିରେ ମେଡିକାଲ ଅକ୍ସିଜେନ୍‌ ଟ୍ୟାଙ୍କର କୋଭିଡ ହସପିଟାଲକୁ ପରିବହନ କରାଯାଉଛି ।

ଏହାକୁ ବିଚାର କରି ରାଜ୍ୟରେ ଥିବା ସମସ୍ତ ଜାତୀୟ ରାଜପଥ ଟୋଲଗେଟରେ ଟିକସ ଆଦାୟ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଅକ୍ସିଜେନ ପରିବହନ କରୁଥିବା ଗାଡି ଗୁଡିକ ବହୁ ସମୟ ପର୍ଯ୍ୟନ୍ତ ଟୋଲ ଗେଟ୍‌ରେ ଅଟକ ରଖାଯାଉଛି । ଫଳରେ ଗୁରୁତର ରୋଗୀଙ୍କ ପାଖରେ ଠିକ୍‌ ସମୟରେ ଅମ୍ଳଜାନ ପହଞ୍ଚିପାରୁନାହିଁ । ଅମ୍ଳଜାନ ପରିବହନ କରୁଥିବା ଗାଡିର ଗୁରୁତ୍ୱ ଆମ୍ବୁଲାନସ ଠାରୁ କୌଣସି ଗୁଣରେ କମ ନୁହେଁ । ତେଣୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଟୋଲ ଆଦାୟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.