କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ।  ଓଡ଼ିଶାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ- NIPER ପ୍ରତିଷ୍ଠା ପାଇଁ ନଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । NIPER ପ୍ରତିଷ୍ଠା ଦ୍ବାରା ପୂର୍ବ ଭାରତରେ ଫାର୍ମାସିଟିକାଲ୍ସ ଓ ବାଓଟେକ ସେକ୍ଟରର ଅଭିବୃଦ୍ଧି ହେବ ।  ଭୁବନେଶ୍ବରରେ ବାଓଟେକ୍ ପାର୍କ ରହିଛି ।

ଏଥିରେ ଜଳ, ବିଦ୍ୟୁତ ସମେତ ଅନ୍ୟ ସୁବିଧା ଥିବାରୁ NIPER ପ୍ରତିଷ୍ଠା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରୁଛି ।  ଫାର୍ମା କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ସହାୟକ ହେବ । NIPER ପ୍ରତିଷ୍ଠା ଦ୍ବାରା ଉଦଭାବନ ଓ ମାନବସମ୍ବଳ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।