ରାଜ୍ୟ

ମାନିବାକୁ ପଡିବ LIC ଏଜେଣ୍ଟର ବୁଦ୍ଧିକୁ, ମିଥ୍ୟା ପ୍ରଲୋଭନ ଦେଖାଇ ବାହା ହୋଇଥିଲା ୪ ସ୍ତ୍ରୀଙ୍କୁ

ଟାଙ୍ଗୀ(କେନ୍ୟୁଜ୍): ରସିକିଆ ଏଲଆଇସି  ଲଜେଣ୍ଟର ୪ଟି ପତ୍ନୀ। ଜଣାପଡିବା ପରେ ଥାନାରେ ମାମଲା। ରସିକିଆ ସନ୍ତୋଷର ରହସ୍ଯ ଖୋଲିଲେ ୨ ପତ୍ନୀ  ଅଭିଯୋଗ ଅନୁଯାୟୀ ସନ୍ତୋଷର ରହିଛନ୍ତି ପାଞ୍ଚରୁ ଉର୍ଦ୍ଧ୍ଵ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଥାନା ରତନପୁରରେ । ରସିକିଆ ଯୁବକ ସନ୍ତୋଷ ପେଶାରେ ଜଣେ LIC ଏଜେଣ୍ଟ । ବିଭିନ୍ନ ପ୍ରଲୋଭନ ଦେଖାଇ ଜଣକ ପରେ ଜଣକୁ ବିବାହ କରି କିଛି ଦିନ ଅନ୍ତରରେ ତାକୁ ଛାଡି ଅନ୍ଯ ଜଣଙ୍କୁ ବିବାହ କରୁଥିଲା । କିନ୍ତୁ ଦ୍ୱିତୀୟ ପତ୍ନୀଙ୍କୁ ଭରଣ ପୋଷଣ ନଦେବାରୁ ଅଭିଯୋଗ କରିଥିଲେ ଥାନାରେ । ଅଭିଯୋଗ ପରେ ବନ୍ଧା ହେଲେ ସନ୍ତୋଷ ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ରତନପୁର ତାରିଣୀ ସାହିର ଯୁବକ ସନ୍ତୋଷ ବେହେରା।  ତାଙ୍କର ୨ ସନ୍ତାନ ଅଛନ୍ତି । ଏହାର କିଛି ଦିନ ପରେ ଜଣେ ମୁସଲମାନ ଝିଅ ଆସି ସନ୍ତୋଷଙ୍କ ଘର ଦୁଆରରେ ବସି ଦାବି କରିଥିଲେ ୨ପତ୍ନୀ । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମାଧାନ କରି ମୁସଲମାନ ଝିଅକୁ ବିଦାୟ କରିଥିଲେ ।

ତାର କିଛି ଦିନପରେ ଖୋର୍ଦ୍ଧା  ଜିଲ୍ଲା ବାଣପୁର ଥାନା ଅଞ୍ଚଳର ୩ୟ ପତ୍ନୀ ସୂର୍ଯ୍ଯକାନ୍ତିଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା । ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି । ପୁଣି କିଛି ଦିନ ବ୍ଯବଧାନରେ ତାଙ୍କୁ ଦୁରେଇ ଦେଇଥିଲା । ତାକୁ ଭରଣ ପୋଷଣ ଦେବ ବୋଲି କହି ନଦେବାରୁ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ୪ର୍ଥ ପତ୍ନୀ ସୁକାନ୍ତି ନାମକ ବିଧବା ମହିଳାଙ୍କୁ ନିଜ ଜାଲରେ ଫସାଇ ଭୁବନେଶ୍ୱର ଏକ ଘରୋଇ ରେଜିଷ୍ଟ୍ରେସନ ମ୍ଯାରେଜ ଅନୁଷ୍ଠାନରେ ଗତ ତା ୩/୫/୨୦୨୨ ରିଖ ଦିନରେ ବିବାହ କରିଛି । ଏଣୁ ପୂର୍ବ ୨ପତ୍ନୀ ଟାଙ୍ଗି ଥାନାରେ ପହଞ୍ଚି ନିଜର ଦୁଃଖ କାହାଣୀ ବଖାଣିଥିଲେ ଥାନା ଅଧିକାରୀଙ୍କ ନିକଟରେ । ଘଟଣାକୁ ଅନୁଧ୍ୟାନ କରି ପୋଲିସ ସନ୍ତୋଷ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସରକାରୀ ନିୟମ ଅନୁଯାୟୀ ହିନ୍ଦୁ ଧର୍ମ ମତେ ଜଣେ ବ୍ୟକ୍ତି ଜଣଙ୍କୁ ବିବାହ କରିପାରିବେ । ତାକୁ ସରକାରୀ ନିୟମ ଅନୁଯାୟୀ ଛାଡପତ୍ର ଦେବା ପରେ । ଅନ୍ଯ ଜଣଙ୍କୁ ବିବାହ କରିବା କଥା । ଏଣୁ ପୋଲିସ ତା ଉପରେ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଟାଙ୍ଗି ଗ୍ରାମ୍ଯ ନ୍ଯାୟାଳୟର ବରିଷ୍ଠ ଆଇନଜୀବୀ ଭାସ୍କର ପ୍ରସାଦ ମହାନ୍ତି ମତ ଦେଇଛନ୍ତି ।ଏଭଳି ଘଟଣାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିବା ସହ ଭୁବନେଶ୍ୱରର ଯେଉଁ ଘରୋଇ ବିବାହ ସଂସ୍ଥାରେ ଚତୁର୍ଥ ପତ୍ନୀଙ୍କୁ ରେଜିଷ୍ଟ୍ରି ମ୍ଯାରେଜ କରିଛି ସନ୍ତୋଷ । ବିନା ତଦାରଖରେ ସେ ସଂସ୍ଥା କିପରି ବିବାହ ରେଜିଷ୍ଟ୍ରି ମ୍ଯାରେଜ କରାଉଛି । ତାରମଧ୍ୟ ତଦନ୍ତ କରିବା ଜରୁରୀ ବୋଲି ଦାବି କରିଛନ୍ତି ଅଚଳବାସୀ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

8 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

21 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

22 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago