ପପୁଙ୍କୁ କ୍ରାଇମବ୍ରାଞ୍ଚର ୨୫ ପ୍ରଶ୍ନ, ୫ ଘଣ୍ଟ ଧରି ଚାଲଥିଲା ଲାଏ ଡିଟେକ୍ସନ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ପପୁ, ବିକାଶ ଓ ଦୀପକଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ ହୋଇଛି । ତିନି ଜଣଙ୍କୁ ୨୫ଟି ଲେଖାଏଁ ପ୍ରଶ୍ନ କରାଯାଇଥିବା ସୂଚନା ରହିଛି । ଗତକାଲି ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟ ଧରି ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କଥାରେ ତାଳମେଳ ନଥିବାରୁ କ୍ରାଇମବ୍ରାଞ୍ଚ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍‌ଟସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲା ଫରେନ୍‌ସିକ ଲାବ । ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.