ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆଜି ଆସିପାରେ ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ । ଆଜି ଆସିପାରେ ଚିନ୍ମୟୀଙ୍କ ବୟ ଫ୍ରେଣ୍ଡ ପ୍ରୀତିମାନ ଓ ସାଙ୍ଗ ମାନସ ଟୁଡୁଙ୍କର ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ । ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଶନିବାର ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା ହୋଇଛି । ଏହି ରିପୋର୍ଟ ଆସିଲେ ତର୍ଜମା କରିବ ପୋଲିସ ।

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ । ଆଜି ଆସିପାରେ ଚିନ୍ମୟୀଙ୍କ ବୟ ଫ୍ରେଣ୍ଡ ପ୍ରୀତିମାନ ଓ ସାଙ୍ଗ ମାନସ ଟୁଡୁଙ୍କର ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ । ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଶନିବାର ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା ହୋଇଛି । ଏହି ରିପୋର୍ଟ ଆସିଲେ ତର୍ଜମା କରିବ ପୋଲିସ । ଏଥିରେ ସନ୍ତୋଷଜନକ ଉତ୍ତର ନମିଳିଲେ ଆଗକୁ ନାର୍କୋ ଟେଷ୍ଟ ପାଇଁ ଯୋଜନା ହେଉଥିବା ବି. ଗଙ୍ଗାଧର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି ।

ସେହିପରି ଚିନ୍ମୟୀଙ୍କର ଡାଏଟମ୍‌ ରିପୋର୍ଟ ବି ଆସିବ । ପାଣିରେ ବୁଡ଼ି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ । ଚିନ୍ମୟୀଙ୍କ ବେକରେ ଥିବା ଦାଗ, ଗଳାଚିପି ହତ୍ୟା କାରଣରୁ ହୋଇ ନଥିବା ଏସପି ସ୍ପଷ୍ଟ କରିଛନ୍ତି । ଗତକାଲି ଉତ୍ତରାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ବାପା, ମା ଓ ଭଉଣୀଙ୍କୁ ବୁର୍ଲା ପୋଲିସ ରାତି ୯ଟା ଯାଏ ପଚରାଉଚରା କରିଥିଲା । ସେମାନଙ୍କ ପାଖରେ କୌଣସି ତଥ୍ୟ ପ୍ରମାଣ ଥିଲେ ଦୋବକୁ କହିଛି ପୋଲିସ ।

ଏପର୍ଯ୍ୟନ୍ତ ଏହି ଘଟଣାରେ ୩୧ ଜଣଙ୍କୁ ଜେରା ସହ ବୟାନ ରେକର୍ଡ କରିଛି ବୁର୍ଲା ପୋଲିସ । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି । ଆଜି ଲାଏ ଡିଟେକସନ୍‌ ଓ ଡାଏଟମ୍‌ ରିପୋର୍ଟ ଆସିଲେ ଖୋଲିବ ଚିନ୍ମୟୀ ଡେଥ ମିଷ୍ଟ୍ରିର ଗୁମର । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.