ଭରତପୁର ଥାନା ନିର୍ଯାତନା ମାମଲା, ସରିଲା ପଲିଗ୍ରାଫ ଟେଷ୍ଟ, ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର : ପ୍ରତୀକ୍ଷାର ଘଟିଲା ଅନ୍ତ । ଭୁବନେଶ୍ବର ଭରତପୁର ହାଜତ ନିର୍ଯାତନା ମାମଲାରେ ସରିଲା ପଲିଗ୍ରାଫ ଟେଷ୍ଟ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ ଇନ୍ସପେକ୍ଟର ବୈଶାଳୀନି ପଣ୍ଡା, ASI ସଲିଲାମୟୀ ସାହୁ, ସାଗରିକା ରଥ ଓ କାର୍ଯ୍ୟରତ ସବ ଇନ୍ସପେକ୍ଟର ପ୍ରକାଶ ମହାରଣାଙ୍କ ମିଛଧରା ପରୀକ୍ଷା ହୋଇଛି । ଆସନ୍ତା ୧୪ ତାରିଖରେ ପୁଣି ଦୀନକୃଷ୍ଣଙ୍କ ନାର୍କୋ ଓ ବ୍ରେନ ପିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ହେବ । ୨୧ ତାରିଖ ସୁଦ୍ଧା ଗାନ୍ଧୀନଗର DFSL ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରାଯିବ । ପରେ ଚଳିତ ମାସ ଶେଷ ସୁଦ୍ଧା କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଦେବ । ସମସ୍ତେ କେତେ ସତ ଆଉ କେତେ ମିଛି କହିଛନ୍ତି ଏବେ ରିପୋର୍ଟକୁ ଅପେକ୍ଷା ।