ମୋ ଜୀବନ ଜୀବିକା : ଏଇଠୁ ଖୋଜେ ପରିବାରର ଭବିଷ୍ୟତ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀ ଖାରବେଳ ନଗର ଗିରିଦୁର୍ଗା ମନ୍ଦିର ନିକଟରେ ଆମର ନଜର ପଡ଼ିଥିଲା ଏଇ ବୟସ୍କା ମହିଳାଙ୍କ ଉପରେ । ଡଷ୍ଟବିନ୍ ଭିତରକୁ ହାତ ବଢ଼ାଉଥିଲେ । ବୋଧହୁଏ ହାତ ପାଇଲା ନାହିଁ । ତେଣୁ ବାଡ଼ି ଖଣ୍ଡିଏ ଧରି ତା ଭିତରେ ପଡ଼ିଥିବା ଅଳିଆ ଆବର୍ଜନାରୁ କିଛି ବର୍ଜ୍ୟ ପଲିଥିନ୍ ଖୋଜୁଥିଲେ । ପାଖରେ ଥିବା ବସ୍ତାରେ ଭରି କବାଡ଼ିବାଲା ପାଖକୁ ଯିବେ । ସେଥିରୁ ଯାହା ରୋଜଗାର ହେବ ଚଳିବ ପରିବାର । ମହିଳା ଜଣକ ରୁହନ୍ତି ଏକ ବସ୍ତିରେ । ଆମେ କିଛି ପଚାରିବାକୁ ଚାହିଁଥିଲୁ । ହେଲେ ସେ ଆମକୁ ଏଡ଼ାଇ ଚାଲିଗଲେ । ମାୟାନଗରୀ ଭୁବନେଶ୍ବରରେ ଏମିତି ଅନେକ ପିଲାଠୁ ବୟସ୍କ ଅଛନ୍ତି । ଯେଉଁମାନଙ୍କ ପେଟ ପୋଷେ ଏଭଳି ଡଷ୍ଟବିନ୍ ଓ ଅଳିଅଗଦା । ଅବଶ୍ୟ ଏମାନଙ୍କ ଯୋଗୁଁ ପ୍ରଦୂଷଣ ସୃଷ୍ଟିକାରୀ କିଛି ପଲିଥିନ୍ ସଫା ହୋଇଯାଏ । ତେବେ ଶ୍ରେୟ ମିଳେନି, ମିଳେ ହାତ ଗଣତି କେଇଟା ଟଙ୍କା । ଅବଶ୍ୟ ପଲିଥିନ୍ କଟକଣା କଥା ଏମାନଙ୍କୁ ମୁଣ୍ଡରେ ଏବେବି ପଶିନି । ଯଦି ପ୍ଲାଷ୍ଟିକ୍ ଓ ପଲିଥିନ୍ ବନ୍ଦ ହୋଇ ଯାଏ ତେବେ କଣ ହେବ ଏମାନଙ୍କ ଭବିଷ୍ୟତ ?

 

 

 

You might also like