ରାଜ୍ୟ

ଅଫେରା ରାଇଜକୁ ଚାଲିଗଲା ପୁଅ, ଭାଙ୍ଗି ପଡ଼ିଛି ପୂରା ପରିବାର

ସବୁଦିନ ଭଳି ସେଦିନ ମଧ୍ୟ ମନୋଜ ଘରୁ ହସଖୁସିରେ ବାହାରିଥିଲେ । ବାପା ମା’ ବି ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ କିନ୍ତୁ ପୁଅ ଫେରିବ କଣ, ଘରକୁ ଖବର ଆସିଲା ପୁଅ ଆଉ ନାହିଁ । ଏଭଳି ଖବର ଶୁଣିବା ପରେ ବାପା ମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଅବେଳରେ ବଢ଼ିଲା ପୁଅର ଜୀବନ ଚାଲିଗଲା । ଏକଥାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ ସୋରଡା ଥାନା ପୋଡ଼ାଖାରି ନିକଟରେ ଦୁଇ ବାଇକ ମୁହା ମୁହିଁ ଧକ୍କା ହୋଇଥିଲା । ଫଳରେ ପାଞ୍ଚ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ମୃତକମାନେ ହେଉଛନ୍ତି ମହେନ୍ଦ୍ର ନାୟକ, ରଜନୀ ଗୌଡ, ଶ୍ରୀକାନ୍ତ ଗୌଡ, ମନୋଜ ଡାକୁଆ ଓ ଜୟନ୍ତ । ଅନ୍ୟପଟେ ପୂର୍ଣ୍ଣ ଗୌଡ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ସୋରଡ଼ାରୁ ଅଶୂରବନ୍ଧ ବାଇକ ଯୋଗେ ଶ୍ରୀକାନ୍ତ ,ମନୋଜ ,ପୂର୍ଣ ଯାଉଥିବା ବେଳେ ସ୍କୁଟି ଯୋଗେ ମହେନ୍ଦ୍ର ,ରଜନୀ ,ଜୟନ୍ତ ସୋରଡ଼ା ଆସୁଥିଲେ । କୌଣସି କାରଣବଶତଃ ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଆଉ ଚାହୁଁ ଚାହୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମହେନ୍ଦ୍ର ,ରଜନୀ ,ଜୟନ୍ତ ତିନିଜଣ ଟାଟା କମ୍ପାନୀ ବିଦ୍ୟୂତ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ମନୋଜ ଡାକୁଆ ଜଣେ ସମାଜସେବୀ ଥିଲେ । ଏବଂ କୌଣସି ଲୋକଙ୍କ ଅସୁବିଧା ପଡିଲେ ସଙ୍ଗେ ସଙ୍ଗେ ରୋଗୀଙ୍କୁ ଧରି ମେଡିକାଲରେ ପହଞ୍ଚାଉଥିଲେ । ଦୁର୍ଘଟଣା ଦିନ ସାଙ୍ଗର ବାପାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଆସି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ମନୋଜ । ସେ ଭଗବାନ ଡାକୁଆଙ୍କ ବଡ ପୁଅ ଥିଲେ । ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପା ସମ୍ପୂର୍ଣ ଭାଙ୍ଗି ପଡିଥିବା ବେଳେ ମା’ ମୁକ ପାଲଟି ଯାଇଛନ୍ତି ।

ଅନ୍ୟପଟେ ଶ୍ରୀକାନ୍ତ ବାପା ମା’ଙ୍କ ଏକ ମାତ୍ର ପୁଅ ଥିଲେ ପୁଅକୁ ହରାଇ ପରିବାର ନିଃସହାୟ ହୋଇ ପଡ଼ିଛି । ବୁଢା ବୟସରେ କିପରି ଚଳିବେ ବୁଢା ବୁଢୀ ? କିଏ ତାଙ୍କର ସାହାରା ହେବ । ଦୁର୍ଘଟଣା ହୋଇଥିବା ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Subhalaxmi Das

Recent Posts

ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ…

19 mins ago

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

34 mins ago

ପୁଣି ଉପର ମୁହାଁ ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

42 mins ago

ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ…

50 mins ago

ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ଯାତ୍ରା ବିଷୟରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ଥର ବିଧାୟିକା । ରାଜ୍ୟରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା । ଦଳ…

1 hour ago

ଛଅ ଥର ବିଧାୟକ ପରେ ଏବେ ଉପମୁଖ୍ଯମନ୍ତ୍ରୀ, ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ସରକାରରେ ରହିବେ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ । ପାଟଣାଗଡ଼ ବିଧାୟକ କେଭି ସିଂଦେଓ ଓ ନିମାପଡ଼ା…

1 hour ago