ପୁରୀ (କେନ୍ୟୁଜ୍) : ଦେବଦୂତ ସାଜିଲେ ଲାଇଫ୍ଗାର୍ଡ। ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ୩ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର। ୩ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସ୍ୱର୍ଗଦ୍ୱାର ସମୁଦ୍ରକୂଳ ଅଞ୍ଚଳରେ ସ୍ନାନ କରୁଥିବା ବେଳେ ଗଭୀର ସ୍ରୋତରେ ସେମାନେ ଭାସିଯାଇଥିଲେ । ନିକଟରେ ଥିବା ଲାଇଫଗାର୍ଡ ସମୁଦ୍ରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାମନଙ୍କୁ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର ୩ ପର୍ଯ୍ୟଟକଙ୍କ ନାଁ ସରସ୍ୱତୀ ବାନାର୍ଜୀ, ଦେବଦୂତି ବାନାର୍ଜୀ, ପ୍ରଭା ଚକଲଦାର ବୋଲି ଜଣାପଡିଛି ।