ରାଜ୍ୟରେ କାଳବୈଶାଖୀ ଆଣିବ ଖରାରୁ ଆଶ୍ବସ୍ତି, ୨୦ ଓ ୨୧ରେ ହାଲୁକା ବର୍ଷା ଘଡଘଡି ବିଜୁଳି

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ଆଣିବ ଖରାରୁ ଆଶ୍ବସ୍ତି । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ହେବ ବର୍ଷା । ଆଜି ଗୋଟେ କିମ୍ବା ଦୁଇଟି ସ୍ଥାନ ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡଘଡି ବିଜୁଳି ହେବାର ସମ୍ଭାବନା ରହିଛି ।
୨୦ ଓ ୨୧ରେ ହାଲୁକା ବର୍ଷା ଘଡଘଡି ବିଜୁଳି ଝଡ଼ ପବନ ହେବାର ସମ୍ଭାବନା ରହିଛି । ୪୦ ରୁ ୫୦ କିମି ପବନର ବେଗ ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ମଧ୍ୟ ବର୍ଷା ଲାଗି ରହିବ । କୁଆପଥର ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
ପବନର ବେଗ ୫୦ ରୁ ୬୦ କିମି ହେବାର ସମ୍ଭାବନା ରହିଛ। ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୨ରେ ରାଜ୍ୟରେ ବର୍ଷା ସହ କୁଆପଥର ମାଡ଼ ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆଗାମୀ ୨ ରୁ ୩ ଦିନ ଯାଏ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୩ ଦିନ ପରେ ବର୍ଷା ପ୍ରଭାବରେ ସ୍ଵାଭାବିକ ତାପମାତ୍ରାରୁ ୩ ରୁ ୫ ଡିଗ୍ରୀ ଯାଏ ହ୍ରାସ ଦେଖିବାକୁ ମିଳିବ ।