ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ, ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା

ଭୁବନେଶ୍ୱର : ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ । ଘୂର୍ଣ୍ଣିଝଡ଼ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଗଛ ଭାଙ୍ଗିଯାଇଛି ତ ଆଉ କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି । କାଲି ରାତିରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଘଡ଼ଘଡ଼ି ଓ ବିଜୁଳି ମଧ୍ଯ ମାରିଥିଲା ।

ଆନନ୍ଦପୁର ଘଷିପୁରା ବ୍ଲକ ନଟିଆ ଗାଁରେ ଘରଦ୍ବାର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି । ସେହିପରି ସୁନ୍ଦରଗଡ଼ରେ ବି କୁଆପଥର ବର୍ଷା । ହଠାତ୍ ପାଗ ମେଘୁଆ ରହିବା ସହ ବର୍ଷା ପବନ ହୋଇଥିଲା । ଏପରିକି ରାଜନଗର ବ୍ଲକ ଡାଙ୍ଗମାଳରେ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘୂର୍ଣ୍ଣିଝଡ଼ ଯୋଗୁଁ ଯାତ୍ରା ମଞ୍ଚ ବି ଭାଙ୍ଗି ଯାଇଛି । ଦୀର୍ଘ ୧ ଘଣ୍ଟା ଧରି ଚାଲିଥିଲା ବର୍ଷା ପବନ।

 

 

ଆହୁରି ପଢ଼ନ୍ତୁ : ଅଂଶୁଘାତ ଆଶଙ୍କା: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ