ସ୍ୱାଧୀନତା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ : ରଂଗୀନ ଆଲୋକରେ ଝଲସୁଛି ଭୁବନେଶ୍ୱର

ଭୁବନେଶ୍ୱର(କେ ନ୍ଯୁଜ୍) : ସ୍ୱାଧୀନତା ଦିବସ ପାଇଁ ସାରା ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି । ରଂଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ, ବେସରକାରୀ କାର୍ୟ୍ୟାଳୟ । ସଚିବାଳୟ, ବିଧାନ ସୌଧ, କମିଶନରେଟ ପୋଲିସ ଅଫିସକୁ ରଂଗିନ ଆଲୋକରେ ସଜା ଯାଇଛି । ଏହି ଅବସରରେ କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ପୋଲିସ ବ୍ୟାଣ୍ଡ ପକ୍ଷରୁ ଦେଶାତ୍ମବୋଧକ ସଂଗୀତର ଧୂନ ପରିବେଷଣ କରାଯାଇଥିଲା ।