ରାଜକନିକା: କାମରେ ଆସୁନି ଷ୍ଟ୍ରିଟ ଲାଇଟ । ୩ ବର୍ଷ ତଳେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହୋଇଥିଲା ପଥପାର୍ଶ୍ଵ ଆଲୋକୀକରଣ ବ୍ୟବସ୍ଥା । ଏବେ ଅବସ୍ଥା ଏମିତି ଯେ,କେଉଁଠି ଷ୍ଟ୍ରିଟ ଲାଇଟ ଭାଙ୍ଗି ଗଲାଣି ତ ଆଉ କେଉଁଠି ଖୁଣ୍ଟ ଅଛି ଷ୍ଟ୍ରିଟ ଲାଇଟ ନାହିଁ । ୬ ମାସ ଆଲୋକୀକରଣ ହେବା ପରେ ଆଜକୁ ୨ ବର୍ଷହେବ ଷ୍ଟ୍ରିଟ ଲାଇଟ ଗୁଡିକ ଖରାପ ହୋଇ ପଡିରହିଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ସଦର ମହକୁମାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଷ୍ଟ୍ରିଟ ଲାଇଟ ଗୁଡିକ ଖରାପ ହୋଇଯିବାରୁ ସଂଧ୍ୟା ହେଲେ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡୁଛି ମାର୍କେଟ ବଜ଼ାର । ଅନ୍ଧାର ଯୋଗୁ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଚୋରି ଓ ରାହାଜନୀ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ସହିତ ରାଜକନିକା ସଦର ମହକୁମାରେ ଥିବା ଅଶୋକ ବଜ଼ାର ଓ କଣ୍ଟପଡ଼ା ବଜ଼ାରର ବ୍ୟବସାୟୀମାନେ ଆନ୍ଧର ଯୋଗୁ ନାନା ହଇରାଣ ମଧ୍ୟ ହେଉଛନ୍ତି । ଏନେଇ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଗୁଡିକ ମରାମତି ହୋଇପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।
୩ ବର୍ଷ ତଳେ ରାଜକନିକା ସଦର ମହକୁମାକୁ ଆଲୋକୀକରଣ କରିବା ପାଇଁ କଟକ-ଚାନ୍ଦବାଲି ରାସ୍ତାର ଗଂଜାଘାଟ ଠାରୁ ଆରସାଛକ, ସେହିପରି ଗଂଜାମଙ୍ଗଳା ମନ୍ଦିର ଠାରୁ ଅଶୋକ ବଜାର ଏବଂ ଷ୍ଟ୍ରକଚରଛକ ଠାରୁ ରାଜକନିକା ମେଡିକାଲ ଯାଏଁ ପଥ ପାର୍ଶ୍ଵରେ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା । ହେଲେ ତାହା ଏବେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ।
ସେପଟେ ଖୁବଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ରାଜକନିକା ବିଡିଓ । ଖୁବଶୀଘ୍ର ଷ୍ଟ୍ରୀଟ ଲାଇଟ ଗୁଡିକର ମରାମତି କରିବା ପାଇଁ ରାଜକନିକାବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ଲୋକେ । ତେଣୁ ଏହିଁ ସମସ୍ୟାର ସମାଧାନ ଜରୁରୀ ହୋଇ ପଡିଛି ।
Also Read: କୋରେଇ: ଆଲୋକୀକରଣ ନାଁରେ ବ୍ୟାପକ ଦୁର୍ନୀତି, ମିଥ୍ୟା ବିଲ କରି ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା