ବିଲରେ ପାଣି ମଡ଼ାଇବା ବେଳେ ବଜ୍ରପାତ, ଗୋଟିଏ ପରିବାରର ୩ ମୃତ

ପଦ୍ମପୁର: ବଜ୍ରାଘାତରେ ଗୋଟିଏ ପରିବାରର ୩ ମୃତ । ପଦ୍ମପୁର ଲଖମରା ଗାଁରେ ଘଟିଛି ଏପରି ଘଟଣା । ବିଲରେ କାମ କରିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସ୍ବାମୀ,ସ୍ତ୍ରୀ ଓ ପୁତୁରାଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁର ମମତା ମେହେର, ଆଶିଷ ମେହେର ଓ ପୁତୁରା ଚାଷ କାମ ପାଇଁ ବିଲକୁ ଯାଇଥିଲେ । ଚାଷ ଜମିରେ ପାଣି ମଡ଼ାଇବା ବେଳେ ବର୍ଷା ଓ ଘଡଘଡି ସହିତ ବିଜୁଳି ହୋଇଥିଲା । ଚାଷ କ୍ଷେତରେ ତିଆରି ହୋଇଥିବା ଚାଳ ଘରେ ସେମାନେ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ୩ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

ଆହୁରି ପଢ଼ନ୍ତୁ : ଚାକିରି ହରାଇ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଯୁବକ