ଵଜ୍ରାଘାତରେ ନାବାଳକ ମୃତ, ଗାଁରେ ଶୋକାକୁଳ ପରିବେଶ

କଣ୍ଟାମାଳ : ଵଜ୍ରାଘାତରେ ନାବାଳକ ମୃତ l ମୃତକ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳପଡା ଗାଁର ୧୩ ବର୍ଷୀୟ ରାହୁଲ କୁମ୍ଭାର l ତାଳପଡା ଗାଁର ରଂଜିତ କୁମ୍ଭାରଙ୍କ ୧୩ ବର୍ଷୀୟ ପୁଅ ରାହୁଲ ଘର ସାମ୍ନାରେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହେବାରୁ ରାହୁଲ ସେଠାରେ ଅଚେତ ହୋଇ ପଡିଯାଇଥିଲା l ଗୁରୁତର ରାହୁଲକୁ ପରିବାର ଲୋକ ସୋନପୁର ଡାକ୍ତରଖାନାକୁ ଆଣିଥିଲେ l ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ରାହୁଲର ଏଭଳି ମୃତ୍ୟକୁ ନେଇ ପୁରା ପରିବାର ସମେତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l