ରାଜ୍ୟ

ଲକ୍‌ଡାଉନ୍‌ରେ ଅଟକି ଯିବ ଲିଙ୍ଗରାଜଙ୍କ ରୁକୁଣା ରଥ ? ଏବେବି ସେବାୟତ କହୁଛନ୍ତି ଆମକୁ କିଛି ସ୍ପଷ୍ଟ ଭାବେ କୁହାଯାଇ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ଅଶୋକାଷ୍ଟମୀ । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା । ଏଥିପାଇଁ ରଥ ନିର୍ମାଣ କାମ ବି ସରି ଆସିଲାଣି । ହେଲେ ମନ୍ଦିର ସେବାୟତ ଏବେବି ଆଶଙ୍କାରେ ରଥଯାତ୍ରା ହେବ କି ନାହିଁ । କାରଣ କରୋନା ବ୍ୟାପିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ସାରା ଦେଶ ଭଳି ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍‌ । ସମସ୍ତ ମନ୍ଦିର ମଧ୍ୟ ବନ୍ଦ ରହିଛି । କେବଳ ନିୟମିତ ସେବା ନୀତି କରାଯାଉଛି ।

ଏହି ପରିସ୍ଥିତିରେ ରଥଯାତ୍ରା ବନ୍ଦ ହେବ କି ନାହିଁ ସେ ନେଇ ସେବାୟତମାନେ ମଧ୍ୟ ସନ୍ଦେହରେ ଅଛନ୍ତି । ଏହା ଭିତରେ ମନ୍ଦିର ପ୍ରଶାସନର ବୈଠକ ମଧ୍ୟ ବସି ସାରିଛି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ ରଥ ଗଡ଼ିବ କି ନାହିଁ କିଛି କୁହାଯାଇ ନାହିଁ ବୋଲି ଲିଙ୍ଗରାଜ ମନ୍ଦିର ବଡୁ ନିଯୋଗ ସମିତି ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ରଥ ଗଡ଼ିବ ନାହିଁ ବୋଲି କୁଆଡ଼େ କହିଛନ୍ତି ।

ସେପଟେ ରୁକୁଣା ରଥ ପ୍ରସ୍ତୁତି କାମ ଶେଷ ହୋଇ ଆସିଲାଣି । ଆସନ୍ତାକାଲି ରଥ ପ୍ରତିଷ୍ଠା କରାଯିବ ବୋଲି ମହରାଣା ସେବକ କେଦାରନାଇ ମହରଣା କହିଛନ୍ତି । ତେବେ ରଥ ଗଡ଼ିବ କି ନାହିଁ ସେକଥା ମନ୍ଦିର ପ୍ରଶାସକ କହି ପାରିବେ ବୋଲି ସେ କହିଛନ୍ତି । ଏପଟେ ଚର୍ଚ୍ଚା ଚାଲିଛି ଯେ ଯଦି ରୁକୁଣା ରଥ ନଚାଲିବ ତେବେ ୧୨ ବର୍ଷ ଯାଏ ରଥଯାତ୍ରା ବନ୍ଦ ରହିବ ବୋଲି ପରମ୍ପରା ରହିଛି । ଅବଶ୍ୟ ଏହାକୁ ନେଇ ସତରେ କିଛି ନିର୍ଦ୍ଦିଷ୍ଟ ପରମ୍ପରା ରହିଛି କି ନାର୍ହି ସେ ବିଷୟରେ ବିଧିବଦ୍ଧ ଭାବେ କେହି କହି ପାରୁନାହାନ୍ତି । ସେ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ବୋଲି କୁହାଯାଉଛି ।


ତେବେ ଲକ୍‌ଡାଉନ୍‌ ନିୟମ କେବଳ ମଣିଷ ନୁହନ୍ତି ଠାକୁରଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି । ଯଦିଓ ସେବା ପରମ୍ପରାରେ କୌଣସି ତ୍ରୁଟି କରାଯାଉ ନାହିଁ କେବଳ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ଏବେ ଏକାମ୍ର କ୍ଷେତ୍ରରେ ରୁକୁଣା ରଥ ପରମ୍ପରା ଜାରି ରହୁଛି ନା ନାହିଁ ତାକୁ ନେଇ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କି ନିଷ୍ପତ୍ତି ନେଉଛି ତାକୁ ହିଁ ଅପେକ୍ଷା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago