ସେବାୟତଙ୍କ ବିବାଦରୁ ପୁଣି ନୀତି ବିଭ୍ରାଟ, ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ସୋମବାର ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ ।

ଗତକାଲି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ବସି ରହିଛନ୍ତି । ଏଭଳି ସ୍ଥିତି ଲାଗି ରହିବା ପରେ ଗତକାଲି ବାରମ୍ବାର ବୈଠକ ବସିଥିଲା । କିନ୍ତୁ ସେବାୟ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନି । ନିଷ୍କର୍ସ ବାହାର କରିବା ପାଇଁ ସବୁ ନିଯୋଗ ସହ ପୁଣି ବୈଠକ ହେବ। କେଉଁ ସେବକ କେଉଁ ନୀତି କରିବା ପାଇଁ ଅଧିକୃତ ସେ ନେଇ ଲିଷ୍ଟ କରାଯାଉଛି ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ କହିଛି ।

 

 

Also Read : ପୁଣି ସେବାୟତଙ୍କ ବିବାଦ, ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

You might also like