ସରିଲା ଦେବ ଦମ୍ପତିଙ୍କ ବିବାହ, ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ପଡିଲା ହାତଗଣ୍ଠି

ଭୁବନେଶ୍ୱର(କେ ନ୍ୟୁଜ): ସରିଲା ଦେବ ଦମ୍ପତିଙ୍କ ବିବାହ। ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ହାତଗଣ୍ଠି ପଡିଥିଲା। କେଦାରଗୌରୀରୁ ଫେରିଲେ ହରପାର୍ବତୀ। ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାର ସହ ରୀତିନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଯୌତୁକ ଆକାରରେ ଇନ୍ଦ୍ରାବତୀ ହାତୀ ନେଇ ମନ୍ଦିରକୁ ଫେରିଛନ୍ତି । ଫେରିବା ପରେ ଲିଙ୍ଗରାଜ ମନ୍ଦିର ଭିତରେ କଉଡ଼ି ଖେଳର ପରମ୍ପରା ରହିଛି ।

ମନ୍ଦିର ସେବାୟତ ମାନେ କୋଭିଡ କଟକଣା ମାନି ପରମ୍ପରା ପାଳନ କରିଛନ୍ତି । ମହାପ୍ରଭୁଙ୍କ ଆଗମନରେ ସ୍ଥାନୀୟ ଜନସାଧାରଣ ଦୀପ ଜାଳି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଧି ଅନୁସାରେ ଫେରନ୍ତା ବାଟରେ ୫ଟି ସ୍ଥାନରେ ଦେବଦମ୍ପତିଙ୍କୁ ଭୋଗ ଲାଗି କରାଯାଇଥିଲା।

 

Leave A Reply

Your email address will not be published.