ଆକାଶ ପାଠକଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କକୁ ନେଇ ଖୋଳତାଡ, ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣା ଓ ଆକାଶ ପାଠକଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲିଙ୍କର ଖୋଳତାଡ । ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ । କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଟିମ୍‌ ବ୍ରହ୍ମପୁର ଯାଇଥିବା କୁହାଯାଉଛି । ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଫିସ୍‌ରେ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରିଥିବା ଜଣାପଡ଼ିଛି ।

ଗୋପାଳପୁର ଟାଟା ଥଇଥାନ କଲୋନୀର ଦୁଇ ଜଣଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ୬୮ ଜଣଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଚୂନ ମାରିଥିବା ଅଭିଯୋଗ ହୋଇଛି । ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ଏମ୍‌ଡି ବୋଲି ପରିଚୟ ଦେଇ ଠକେଇ କରିଥିବା ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି । ଟାଟା ମୋ ଲିଙ୍କ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.