୩ ଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ, ଲୋକେ ହେଉଛନ୍ତି ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟର ସମସ୍ତ ମୁଖ୍ୟ ପୋଷ୍ଟ ଅଫିସରେ ଟଙ୍କା ଦେଣ ନେଣ ଠପ୍ ହୋଇଯାଇଛି । ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ ଫେଲ୍ ବୋଲି ସାଇନ ବୋର୍ଡ ମରାଯାଇଥିବା ବେଳେ କର୍ମଚାରୀମାନେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଲିଙ୍କ ଫେଲ ଯୋଗୁ ଏହି ଅବ୍ୟବସ୍ଥା ଦେଖାଦେଇଛି । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ କେଉଁ କାରଣରୁ ୩ ଦିନ ଧରି ଟଙ୍କା ଡିପୋଜିଟ୍ ହୋଇପାରୁନି କି ଉଠାଇ ହେଇ ପାରୁନି? ତା’ର ଉତ୍ତର କାହା ପାଖରେ ନାହିଁ। ସ୍ଥିତିରେ କେବେ ସୁଧାର ଆସିବ ତାହା ମଧ୍ୟ ଜଣାପଡୁନି।