ପର୍ଯ୍ୟଟକଙ୍କୁ ଭେଟି ଦେଲା ସିଂହୀ ବିଜ୍‌ଲି: ଜନ୍ମଦେଲା ୫ଟି ଶାବକ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ନୂଆ ଅତିଥି। ବୃଦ୍ଧି ପାଇଲା ସିଂହ ବଂଶ। ପର୍ଯ୍ୟଟକଙ୍କୁ ଭେଟି ଦେଲା ସିଂହୀ ବିଜ୍‌ଲି । ଏସୀୟ ସିଂହୀ ବିଜଲି ମଙ୍ଗଳବାର ଜନ୍ମ ଦେଇଛି ୫ଟି ଶାବକ। ସମସ୍ତ ନବଜାତକ ସୁସ୍ଥ ଥିବାବେଳେ ମାଆର ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରହିଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୩ ଜଣିଆ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିବା ବେଳେ ସିସିଟିଭି ମାଧ୍ୟମରେ ମାଆ ଓ ଛୁଆଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

ସୂଚନା ଅନୁଯାୟୀ ୨୦୨୧ ଅଗଷ୍ଟ ୨୧ ତାରିଖରେ ବିଜ୍‌ଲି ପ୍ରଥମ ଥର ପାଇଁ ମାଆ ହୋଇଥିଲା। ସେତେବେଳେ ୪ଟି ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ସମସ୍ତ ଶାବକଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ କର୍ତ୍ତୁପକ୍ଷ ଚିନ୍ତାରେ ପଡିଥିଲେ। ଏବେ ୫ଟି ସିଂହୀ ଶାବକ ଜନ୍ମ ହୋଇଥିବାରୁ ପ୍ରାଣୀ ଉଦ୍ୟାନରେ ଖୁସିର ଲହରୀ ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.