୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍‌ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବିଜ୍‌ଲି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ଗତକାଲି ସିଂହ ସଫାରିରେ ଏହି ଶାବକ ଜନ୍ମଲାଭ କରିଛନ୍ତି। ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍‌ଲି ୩ଥର ଗର୍ଭଧାରଣରେ ମୋଟ ୧୧ଟି ଶାବକ ଜନ୍ମ ଦେଇଛି। କିନ୍ତୁ ଏଥରର ନବଜାତ ଶାବକ ଦୁଇଟିଙ୍କୁ ମିଶାଇ ମୋଟ ୬ଟି ଜୀବିତ ଅଛନ୍ତି। ବିଜ୍‌ଲି ଓ ତା’ ଛୁଆଙ୍କ ଗତିବିଧି ଉପରେ ନଜର ରଖିବା ଲାଗି କର୍ମଚାରୀଙ୍କୁ ସଜାଗ ରଖାଯାଇଛି। ଏହି ଶାବକ ଜନ୍ମଲାଭ ପରେ ନନ୍ଦନକାନନର ସିଂହ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ମିଳିଥିବା ଖବର ମୁତାବକ, ସିଂହୀ ବିଜ୍‌ଲି ପ୍ରଥମ ଶାବକକୁ ଅପରାହ୍ନ ୨ଟା ୩୨ ମିନିଟରେ, ଦ୍ବିତୀୟ ୪ଟା ୧୬ ମିନିଟରେ, ତୃତୀୟଟି ସନ୍ଧ୍ୟା ୫ଟା ୩୬ ମିନିଟରେ ଓ ଚତୁର୍ଥ ଶାବକଟି ୭ଟା ୨୧ ମିନିଟରେ ଜନ୍ମ ଦେଇଛି। ତେବେ ବିଜ୍‌ଲିକୁ ୨୦୨୦ ଡିସେମ୍ବରରେ ଇନ୍ଦୋରସ୍ଥିତ କମଳା ନେହରୁ ଚିଡ଼ିଆଖାନାରୁ ଆଉ ଗୋଟିଏ ସାଥୀ ସହିତ ଅଣା ଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.