ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା, ଚଳିତ ମାସ ଜାନୁଆରୀ ୨୫ରେ ଛୁଆ ଜନ୍ମ ଦେଇଥିଲା

ଭୁବନେଶ୍ୱର: ଆଖିବୁଜିଲା ରେୱା । ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ବର୍ଷ ବୟସରେ ମୃତ୍ୟୁବରଣ କରିଛି ସିଂହୀ । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।
ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି। ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ୨୩ଟି ସିଂହ ରହିଛନ୍ତି ।
Also read:ନନ୍ଦନକାନନରେ ନୂଆ ପ୍ରୟାସ, ଉନ୍ମୋଚନ ହେଲା ୬ଟି ଆଧୁନିକ ସୁବିଧା