ରାଜଧାନୀରେ ଅନଲାଇନରେ ବିକ୍ରି ହେବ ମଦ, ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର: ରାଜଧାନୀରେ ମିଳିବ ମଦ । ଅନଲାଇନରେ ବିକ୍ରି ହେବ ମଦ । ମଦ ବିକ୍ରୀ ପାଇଁ ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସୋମବାରରୁ ଶୁକ୍ରବାର ଯାଏ ଅନଲାଇନରେ ମଦ ବିକ୍ରୀ ପାଇଁ ମିଳିବ ଅନୁମତି । ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଅନଲାଇନ ମଦ ବ୍ୟବସାୟର ବ୍ୟବସାୟ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଦୋକାନୀ ପରିଚୟ ପତ୍ର ଦେଖାଇ ମଦ ପରିବହନ କରାଯାଇପାରିବ । ଫୋନ ଯୋଗେ, ଏମଏମଏସ ଓ ହ୍ଵାଟସ ଆପ୍‌ ଜରିଆରେ ମଦ ପାଇଁ ଅର୍ଡର କରିପାରିବେ ଗ୍ରାହକ ।

ଖୋର୍ଦ୍ଧା ଜିଲ୍ଲାରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନିଷ୍ପତ୍ତିକୁ ନାପସନ୍ଦ କଲେ ମଦ ବ୍ୟବସାୟୀ ସଂଘ। ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ସମ୍ଭବ ନୁହେଁ। କର୍ମଚାରୀମାନେ କାମ କରିବାକୁ ରାଜି ହେଉନାହାନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ମଦ ବ୍ୟବସାୟୀ ସଂଘର ସଭାପତି ପ୍ରତିକ୍ରିୟା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.