ଅବକାରୀ ଟିମ୍ ଉପରେ ମଦ ମାଫିଆଙ୍କ ଆକ୍ରମଣ

କାମାକ୍ଷାନଗର : ଅବକାରୀ ଟିମ୍ ଓ କର୍ମଚାରୀଙ୍କ ଉପରେ ମଦ ମାଫିଆଙ୍କ ଆକ୍ରମଣ । ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ କାମାକ୍ଷାନଗରର ମହାବିରୋଡ଼ ଥାନା ମହାବିରୋଡ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଚଢଉ ବେଳେ ୩ ଜଣ ମଦ ମାଫିଆ ଅବକାରୀ ଅତିରିକ୍ତ ଅଧିକ୍ଷକ ଓ କର୍ମଚାରୀଙ୍କୁ କାତି ଓ ଅନ୍ୟ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରଣମ ଉଦ୍ୟମ କରିଥିଲେ । ତେବେ ଅବକାରୀ କର୍ମଚାରୀ କୌଶଳ କ୍ରମେ ଜଣେ ମଦ ମାଫିଆକୁ କାବୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଏପ୍ରିଲ ୨୨ ତାରିଖରେ ଅବକାରୀ ବିଭାଗ ମହାବିରୋଡ଼ ଗାଁରେ ଚଢାଉ କରି ୬ଶହ ଲିଟର ଦେଶୀ ମଦ ସହ ଜଣେ ମଦ ବେପାପୀକୁ ଗିରଫ କରିଥିଲା । ସେହି ମାମଲାରେ ଚଢଉ ପାଇଁ ଅବକାରୀ ବିଭାଗ ଯାଇଥିବା ବେଳେ ଆକ୍ରମଣ କରିଥିଲେ ମଦ ମାଫିଆ ।