ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଆଦିବାସୀ ଅଧ୍ୟୁଷିତ ଅଂଚଳ ସ୍ଥିତ ବିରିଜାଈ ନିକଟସ୍ଥ କଟୁଆଳ ଗ୍ରାମ ବରବରା ପଞ୍ଚାୟତ ଓ ନିଳାଦ୍ରି ପଞ୍ଚାୟତରେ ସକାଳ ୮ ଘଟିକା ସମୟରେ ପୋଲିସ୍ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ ହୋଇଛି । ବାଲୁଗାଁ ଏସ୍ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଅବକାରୀ ବିଭାଗର ଇନ୍ସପେକ୍ଟର ନିନା ବେଉରା, ଅବକାରୀ ସବ୍ଇନ୍ସପେକ୍ଟର ମନୋଜ ବାରିକ, ବାଣପୁର ପୋଲିସ୍ ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା, ସିଏସଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଏଏସ୍ଆଇ ବସନ୍ତ ପଟ୍ଟନାୟକ, ଏଏସ୍ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍ଆଇ ମହେନ୍ଦ୍ର ସେଠୀ ଓ ତାଙ୍କର ୭୦ ଜଣିଆ ଟିମ୍ ଏହି ଚଢାଉରେ ସାମିଲ୍ ରହିଛନ୍ତି।
ସୂଚନା ମୁତାବକ ନିଳାଦ୍ରୀ ପ୍ରସାଦ ଓ ବରବରା ପଞ୍ଚାୟତର ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ୬୦୦୦ ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଦିଆଯାଇଛି। ସୂଚନାଯୋଗ୍ୟ, ନିଳାଦ୍ରି ପ୍ରସାଦ ଓ ବରବରା ପଞ୍ଚାୟତର ସେହି ସବୁ ଜାଗାରୁ ବାରମ୍ବାର ଦେଶୀ ମଦ ଚାଲାଣ ହେଉଥିବାବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଉଛନ୍ତି। ତେଣୁ ସେମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…
ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…
ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…
ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…
ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…