ରାଜଧାନୀରେ ଅଭିନବ ଉପାୟରେ ମଦ ବିକ୍ରି, ଦୁଇ ଶହରୁ ଅଧିକ ମଦ ଥିବା କୋଲ୍ଟ ଡ୍ରିଙ୍କସ ବୋତଲ ଜବତ

ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ମଦ ବିକ୍ରି । ସମସ୍ତଙ୍କ ଆଖିରେ ଧୂଳି ଦେଇ କୋଲ୍ଟ ଡ୍ରିଙ୍କସ ବୋତଲରେ ଚାଲିଥିଲା ମଦ ବିକ୍ରି । ଏହି ଦୋକାନ ଉପରେ ଅବକାରୀ ବିଭାଗର କରିଛି ଚଢ଼ାଉ । ବରମୁଣ୍ଡାରେ ଏକ ଦୋକାନରେ କୋଲ୍ଟ ଡ୍ରିଙ୍କସ ବୋତଲରେ ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଅବକାରୀ ବିଭାଗ ଚଢ଼ାଉ କରି ଏହି ଦୋକାନରୁ ଦୁଇ ଶହରୁ ଅଧିକ ମଦ ଥିବା କୋଲ୍ଟ ଡ୍ରିଙ୍କସ ବୋତଲ ଜବତ କରିଛି ।  ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଏହି ମଦ କେଉଁଠି ବଟଲିଂ ହେଉଛି ସେ ନେଇ ଚାଲିଛି ଖୋଳତାଡ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।