ଜ଼ିଲ୍ଲାପାଳଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଯାଜପୁର ଜିଲ୍ଲାରେ ୭୮ ଘଣ୍ଟା ପୂର୍ବରୁ ବନ୍ଦ ହେଲା ମଦ ଦୋକାନ ଓ ବାର

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ତ୍ୱରିତ ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୭୮ଘଣ୍ଟା ପୁର୍ବରୁ ଜ଼ିଲ୍ଲାର ମଦ ବାର ଓ ମଦ ଦୋକାନକୁ ଅବକାରୀ ବିଭାଗ ପୂର୍ବରୁ କରାଯାଇଛି । ଆସନ୍ତା ଜୁନ ୧ରେ ଯାଜପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।
ନିର୍ବାଚନକୁ ମୁକ୍ତ ଅବାଧ ନିରପେକ୍ଷ ଭାବେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନ ୧୦ଟା ରୁ ଜୁନ ୧ ସଂଧ୍ୟା ୬ଟା ପଯ୍ୟନ୍ତ ଜିଲ୍ଲାରେ ଥିବା ସମସ୍ତ ମଦ ଦୋକାନ ଓ ବାରକୁ ବନ୍ଦ କରାଯାଇଛି। ଅବକାରୀ ବିଭାଗର ଅଧିକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀ ଜ଼ିଲ୍ଲା ସାରା ବୁଲି ସିଲ କରିଛନ୍ତି ।
ତେବେ ମାର୍ଚ୍ଚ ୧୬ ତାରିଖରୁ ଆଜି ପଯ୍ୟନ୍ତ ୩୬୫ଟି ମଦ ଅଭିଯୋଗରେ ୩୫୭ଙ୍କୁ ଗିରଫ କରାଯାଇଛି । ଯାହାକି ୧୮୨୬ ଲିଟର ବିଅର ସହ ବ୍ରାଉନସୁଗାର, ଗଞ୍ଜାଇ,୩୩ ଟି ବାଇକ, ଗୋଟିଏ ଚାରି ଚକିଆ ସହ ୭୮ ଲକ୍ଷ ୭ ହଜାର ୨୨୬ ଟଙ୍କାର ସାମଗ୍ରୀ ଜବତ ହୋଇଛି ।