ହିଞ୍ଜିଳିକାଟୁ ବୁରୁପଡା କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଦେଶୀ ମଦ ଚାଲାଣ, ଜଣଙ୍କୁ ଗିରଫ କଲା ପୋଲିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡା ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣର ପର୍ଦାଫାର୍ଶ କରିଛି ପୋଲିସର । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ଗାଁର ସୁବାସ ଦଳାଇ ।

ସୂଚନା ଅନୁଯାୟୀ,ଗତକାଲି ରାତିରେ କ୍ବାରେଣ୍ଟାଇନ୍ କେନ୍ଦ୍ରର ପାଚେରି ପଟେ ସୁବାସ ବେଶୀ ମଦ ଫୋପାଡି ଥିବା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ପୋଲିସ୍ ସୁବାସ ଠାରୁ ପାଖାପାଖି ୩୦.୩ ଲିଟର ଦେଶୀ ମଦ ଜବତ କରିବା ସହିତ ତା ବିରୋଧରେ କେସ୍ ନଂ ୧୬୨/୨୦ରେ ଏକ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.