ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକକୁ ନେଇ ଜୈବିକ ଇନ୍ଧନ ତିଆରି କରୁଛନ୍ତି କୁନି ବୈଜ୍ଞାନିକ ସାଇ ସ୍ମୃତି ସିଂ, ହାସଲ କଲେଣି ଅନେକ ପୁରସ୍କାର

ନରସିଂହପୁର(କେନ୍ୟୁଜ୍):  ନରସିଂହପୁର ବାସେଲିହତା ଗାଁର ଯୁବ ପ୍ରତିଭା ସାଇ ସ୍ମୃତି ସିଂ । ଜଣେ କୁନି ବୈଜ୍ଞାନିକ ଭାବେ ସେ ବେଶ୍‌ ପରିଚିତ । ଅନେକ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରି ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପୁରସ୍କାର ହାସଲ କରିଛନ୍ତି । ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢୁଥିବା ସାଇ, ଜଣେ ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ, ଲେଖକ ଆଉ ଉପସ୍ଥାପିକା ମଧ୍ୟ । ଏଥିସହ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକକୁ ନେଇ ବିଭିନ୍ନ ଘର ଉପକରଣ ସହ ଜୈବିକ ଇନ୍ଧନ ସୃଷ୍ଟି କରିବା ତାଙ୍କ ବାମ ହାତର କାମ । ଆଗାମୀ ଦିନରେ ଜଣେ ଡାକ୍ତର କିମ୍ବା ବୈଜ୍ଞାନିକ ହେବେ ବୋଲି ଇଚ୍ଛା ରଖିଛନ୍ତି ସାଇ ।

narasinghpur

 

ପାଠ ପଢ଼ାଠାରୁ ଆରମ୍ଭ କରି ଅନ୍ୟ ବିଦ୍ୟାରେ ମଧ୍ୟ ସେ ବେଶ୍‌ ପାରଙ୍ଗମ । ଭବିଷ୍ୟତରେ କିଛି କରିଦେଖାଇବେ ବୋଲି ଆଶା ରଖିଛନ୍ତି ପରିବାର ସଦସ୍ୟ ଏବଂ ଶିକ୍ଷକ । ତେବେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ତାଙ୍କ ଭବିଷ୍ୟତ ଆହୁରି ଉଜ୍ୱଳ ହୋଇପାରନ୍ତା ବୋଲି ସେମାନେ ନିବେଦନ କରିଛନ୍ତି । ଅନ୍ୟପଟେ ସାଇଙ୍କ ସଫଳତା ଉପରେ ଖୋଦ୍‌ ନଜର ରଖିଥିବା କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ।

Leave A Reply

Your email address will not be published.