ଭୁବନେଶ୍ୱର ସାମନ୍ତରାପୁରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ) : ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ। ଭୁବନେଶ୍ୱର ସାମନ୍ତରାପୁର ଛକରେ ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା। ଯୁବକ ଜଣଙ୍କ ଜଣେ ମିଠା ଦୋକାନୀ ଓ ତାଙ୍କ ନାଁ ଶମ୍ଭୁ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ରାାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।