ଖରା ବର୍ଷା ଶୀତରେ କଟୁଛି ଏଇ ଗାଁ ଲୋକଙ୍କ ଜୀବନ ; ସାତ ସପନ ପାଲଟିଛି ଘର ଭତ୍ତା
ସୋରଡା: ଧରାକୋଟ ବ୍ଲକ ବାହରପୁର ପଞ୍ଚାୟତର ମଲ୍ଲିଝରପଲ୍ଲୀ ଗାଁଟି ପଞ୍ଚାୟତ ଠାରୁ ୧୦ କିଲୋମିଟର ଦୂରରେ ପାହାଡ ଜଙ୍ଗଲ ଘେର ଭିତରେ ରହିଛି । ଗାଁରେ ୫୦ ପରିବାର ବାସ କରନ୍ତି । ଅଧିକାଂଶ ଲୋକ ଆଦିବାସୀ । ସମସ୍ତେ ଚାଷୀ ଓ ଦିନ ମଜୁରିଆ । ଜଙ୍ଗଲରୁ ଯାହା ପାଆନ୍ତି ସେଇଥିରେ ଚାଲେ ତାଙ୍କ ତେଲ ଲୁଣର ସଂସାର । ଗାଁକୁ ଯିବାକୁ ହେଲେ ମୁଖ୍ୟ ସଡକ ଠାରୁ ପାଞ୍ଚ କିଲୋମିଟର ମାଟି ରାସ୍ତା ରେ ଯିବାକୁ ହୁଏ । ତାହା ପୁଣି ଜଙ୍ଗଲ ଭିତରେ । ସେଥିପାଇଁ ଏହି ଗାଁକୁ ଲୋକେ ଆସିବାକୁ ଅମଙ୍ଗ ହୁଅନ୍ତି । ବର୍ଷ ବର୍ଷ ଧରି ବାପା ଜେଜେବାପା ଅମଳରୁ ଭିଟା ମାଟିକୁ ଜାବୁଡି ଧରି ପଡିରହିଛନ୍ତି ଏଠିକାର ଲୋକମାନେ । ଏହି ଲୋକଙ୍କ ଅବସ୍ଥା କହିଲେ ନ ସରେ ।
ଅଧିକାଂଶ ଲୋକମାନେ ରେସନ କାର୍ଡ ରେ ଚାଉଳ ପାଉ ନାହାନ୍ତି ଯାହାଫଳରେ ପେଟକୁ ଆହାର ଯୋଗାଇବା କଷ୍ଟ ସାଧ୍ୟ ହୋଇପଡୁଛି । ଗାଁର କିଛି ଲୋକଙ୍କ ଘର ନ ଥିବା ଯୋଗୁ ବାର ଦୁଆର ହେଉଛନ୍ତି । ଗାଁର ବିଜ୍ଞାନୀ ମଲିକ ବର୍ଷକର ଛୁଆକୁ ଧରି ଝାଟି ମାଟି କୁଡିଆ ଘରେ ରହୁଛନ୍ତି ତାଙ୍କ ସ୍ଵାମୀ ଦାଦନ ଖଟିବାକୁ ବିଦେଶ ଯାଇଛନ୍ତି । ଅଦିନିଆ ବର୍ଷା ଏ ହାଡଭଙ୍ଗା ଶିତରେ ଲୁଗାକୁ ଝାଟି ମାଟିରେ ବାଡରେ ଆବରଣ କରି ରାତି କାଟୁଛନ୍ତି । ଯେଉଁ ସମୟରେ ଲୋକମାନେ ଶୀତ କାକରରେ ଘରୁ ବାହାରିବା କଷ୍ଟକର ଅନେକ ମହିଳାଙ୍କ ମୁଣ୍ଡରେ ଏଇ ଜରିପାଲ ହିଁ ସାହା ଭରସା ।
ସେହିପରି ଗାଁର ବିଦ୍ଯାଧର ମଲିକଙ୍କ ବୟସ ୮୦ ହେଲାଣି ସ୍ତ୍ରୀ ଙ୍କ ବୟସ ୭୦ ଟପିଲାଣି, ଜର ଶ୍ଵାସ ରୋଗରେ ପୀଡିତ ହୋଇ ରାସ୍ତା କଡ଼ରେ ଜୀବନ ବିତୁଛି । କାରଣ ଆଜି ପର୍ଯ୍ୟନ୍ତ ମିଳିନି ଭତ୍ତା। ଚିକିତ୍ସା ପାଇ ପାଖରେ ଟଙ୍କାଟିଏ ନାହିଁ ପୁଅ ଜନ୍ମ କରିଛନ୍ତି ସତ କିନ୍ତୁ ଏହି ପରିଣତି ବୟସରେ ବୁଢା ବାପା ମା ଙ୍କୁ ଛାଡି ବିଦେଶ ଯାଇଛି ଖଟିବାକୁ । ଏପରିକି ରେସନ କାର୍ଡ ରେ ଚାଉଳ ମଧ୍ୟ ପାଉ ନାହାନ୍ତି ବୁଢା ବୁଢୀ । ଏଠିକାର ଲୋକଙ୍କ ଉପରେ ପ୍ରଶାସନିକ ଅଧିକାରୀଙ୍କ ନିଘା ନାହିଁ । ବାରମ୍ବାର ଦୌଡି ଦୌଡି ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ ଅଫିସ ନୟାନ୍ତ ହେଲେଣି ତଥାପି ଗୁହାରି ଶୁଣିବାକୁ କିଏ ନାହାନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଛି । ଗୁହାରି କରିବେ କାହାକୁ । ବ୍ଲକର ପଞ୍ଚାଯତ ଅଧିକାରୀ , କାର୍ଯ୍ୟ ନିର୍ବାହୀ ଅଧିକାରୀ [ JE ] , ସରପଞ୍ଚ ଲୋକଙ୍କ ସରଳତାର ସୁଯୋଗ ନେଇ ଗାଁରେ ଲୋକଙ୍କ ପାଇ ଆସିଥିବା ଜମି ମରାମତି ଟଙ୍କାକୁ କିଛି କାମ ନ କରି ଚଞ୍ଚକତା ର ସହିତ ହାତେଇଛନ୍ତି। ସେହି ଭଳି ଗାଁମସାଣି ପୋଖରୀ ଓ ନାଳ ର ମରାମତି କରିବା ପାଇ ଆସିଥିବା ଆଠ ଲକ୍ଷ ଟଙ୍କା ହଡପ କରିଛନ୍ତି । ପୋଖରୀ ରେ ପାଣି ବଦଳରେ ପୋକଶୁଙ୍ଗା ଗଛ ଓ କାଶତଣ୍ଡି ଗଛରେ ପରିପୂର୍ଣ୍ଣ ରହିଛି । ଏ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯେତେବେଳେ ପଚାରିଲୁ ସେ କହିଛନ୍ତି ସବୁ ଠିକ ଅଛି ।
ଏହି ସମସ୍ଯା ସମ୍ପର୍କରେ ଧରାକୋଟ ଗୋଷ୍ଠି ଉନୟନ ଅଧିକାରୀ ଦିନେଶ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଅତିଶୀଘ୍ର ସେହି ଲୋକଙ୍କ ଭତା , ରେସନ କାର୍ଡରେ ଚାଉଳ ଓ ଏକ ମାସ ମଧ୍ୟ ରେ ଘର ଦିଆଯିବ । କିନ୍ତୁ JE ଏହାକୁ ଗ୍ରହଣ କରୁନାହାନ୍ତି ସେ କହୁଛନ୍ତି ସବୁ ଠିକ ଚାଲିଛି ଅସୁବିଧା ଥିଲେ ଜିଲ୍ଲାପାଳ ଙ୍କୁ ଗୁହାରି କର ।