ଖୋଲିବ ଭୁବନେଶ୍ବର ଭରତପୁର ଥାନା ଘଟଣାର ରହସ୍ୟ, ଆଜି ହେବ ୫ ପୋଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ବର: ଖୋଲିବ ଭୁବନେଶ୍ବର ଭରତପୁର ଥାନା ଘଟଣାର ରହସ୍ୟ । ଆଜି ଗାନ୍ଧୀନଗର DFSLରେ ହେବ ୫ ପୋଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା । ଗତକାଲି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି । ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିବା ଜଣାପଡିଛି। ତେବେ ଗତକାଲି ପଲିଗ୍ରାଫ ଟେଷ୍ଟ ହୋଇପାରିନାହିଁ ।

ଭରତପୁର ଥାନାରେ ସେପ୍ଟେମ୍ବର ୧୫ ତାରିଖ ରାତିର ସତ କଣ ? ରାତି ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଣ ଚାଲିଥିଲା ?  ସତ ପଦାକୁ ଆଣିବାକୁ ଗୁଜରାଟର ଗାନ୍ଧିନଗର DFSLରେ ହେବ ମିଛଧରା ପରୀକ୍ଷା ।  କ୍ରାଇମବ୍ରାଞ୍ଚର ୨ଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ଜଣିଆ ଟିମ୍ ସେମାନଙ୍କୁ ଗାନ୍ଧୀନଗର ଫୋରେନସିକ ଲାବୋରେଟୋରୀ ନେଇଛି ।  ସେପଟେ ଆଜିଠୁ ଦାଖଲ ହେବ ସତ୍ୟପାଠ ।

ମାମଲାରେ ଜଡିତ ସମସ୍ତ ପକ୍ଷ ସତ୍ୟପାଠ ଦାଖଲ କରିବେ ।  ୨୧ ଦିନ ଯାଏ ଚାଲିବ ସତ୍ୟପାଠ ଦାଖଲ ପ୍ରକ୍ରିୟା ।  ସତ୍ୟପାଠ ଦାଖଲ ପରେ ସାକ୍ଷ୍ୟ ଗ୍ରହଣ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି ।  ସତ୍ୟପାଠ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯିବ ।  ଘଟଣାର ନିରପେକ୍ଷ ତଦନ୍ତ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

You might also like