ଓଲଟିଲା କିରୋସିନ ବୋଝେଇ ଟ୍ରକ୍, ଗୁରୁତର ଡ୍ରାଇଭର ଓ ହେଲପରକୁ ଭୁଲି କିରୋସିନ ବୋହିନେଲେ ଲୋକେ
ଆଠଗଡ଼(କେନ୍ୟୁଜ୍): ଓଲଟିଲା କିରୋସିନ ବୋଝେଇ ଟ୍ରକ୍ । ବୋହିନେଲେ ସ୍ଥାନୀୟ ଲୋକ । ଯିଏ ଯେଉଁଥିରେ ପାଇଲା ନେଇଗଲା । କିଏ ବାଲ୍ଟିରେ ତ, ଆଉ କିଏ ବୋତଲରେ ନେଇଗଲେ । ଏପରିକି ଆଞ୍ଜୁଳାରେ ବି କିରୋସିନ ବୋହିନେଲେ ସ୍ଥାନୀୟ ଲୋକ ।
ପୁରୁଣା କଟକ ସମ୍ବଲପୁର ରାସ୍ତାର ଝାଯିଆ ନିକଟରେ ଏକ କିରୋସିନ ବୋଝେଇ ଟ୍ରକ ଓଲଟି ପଡିଥିଲା । ଡ୍ରାଇଭର ଓ ହେଲପରଙ୍କୁ ଆହତ ଅବସ୍ଥାରେ ମେଡିକାଲେରେ ଭର୍ତ୍ତି କରାଯାଇଛି। ହେଲେ କିରୋସିନ ନେବାକୁ ଗାଡି ନିକଟରେ ଜମିଥିଲା ଲୋକଙ୍କ ଭିଡ଼ । ଘଟଣାସ୍ଥଳରେ ଆଠଗଡ ପୋଲିସ ଓ ଅଗ୍ନିଶମବାହିନୀ ପହଂଚିଛନ୍ତି। ଲୋକଙ୍କ ଭିଡ଼ ଥିବାରୁ ପୋଲିସ ଲାଠି ଧରି ଘଉଡାଇଛି।