ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ପ୍ରତିବାଦ: ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ

ବରଗଡ଼(କେନ୍ଯୁଜ୍): ଆଜି ୬ ଘଣ୍ଟିଆ ବରଗଡ଼ ଜିଲ୍ଲାର ଅତାବିରା ବନ୍ଦ। ଥାନା ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ଦୁଇ ମାସ ବିତିଯାଇଥିଲେ ବି ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ୧୨ଟା ଯାଏଁ ବନ୍ଦ ପାଳନ କରାଯିବା ସହିତ ଥାନା ଘେରାଉ କରାଯିବ।

ଯାହା ସୂଚନା ମିଳିଛି , ସମ୍ବatabiraଲପୁର ଜାତୀୟ ରାଜପଥକଡ଼ରେ ଥିବା ଦୁର୍ଗା ମନ୍ଦିରରେ ଗତ ସେପ୍ଟେମ୍ବର ୯ ତାରିଖ ରାତିରେଏକ ବଡ଼ ଧରଣର ଚୋରି ହୋଇଥିଲା।ଦୁର୍ଗାମନ୍ଦିରରେ ଦେବୀଙ୍କ ମକୁଟ, ମଥାମଣି, ୪ଟିଛତର ସମେତ ଦାନବାକ୍ସ ଫଟାଇ ଟଙ୍କା ଓ ଦେବୀଙ୍କ ସୁନାରୁପାର ଅଳଙ୍କାର ଚୋରି ହୋଇଥିଲା।

ଘଟଣା ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା। ଏହି ଘଟଣାର ଦୁଇମାସ ବିତିଯାଇଥିଲେ ବି ପୁଲିସର ହାତ ଖାଲି। ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.