କେବେ କାର୍ଯ୍ଯକାରୀ ହେବ ଗଦିଠାରେ ଥିବା ୩୩ /୧୧କେଭିର ଷ୍ଟ୍ରକଚର? ବିଦ୍ୟୁତ୍ ସେବାକୁ ନେଇ ବଢୁଛି ଲୋକଙ୍କ ଭିତରେ ଅସନ୍ତୋଷ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡି ବ୍ଲକର ବିଦ୍ୟୁତ ସମସ୍ୟାର ସମାଧାନ ଉଦ୍ୟମ କରି ସରକାରଙ୍କ ଶକ୍ତିବିଭାଗ ତରଫରୁ ୨୦୧୪ ମସିହାରେ ଗଦି ଠାରେ ଏକ ୩୩ /୧୧କେଭିର ଷ୍ଟ୍ରକଚର କାମ ଆରମ୍ଭ କରାଯାଇଥିଲା। ୧୪ମାସ ଭିତରେ ଏହି କାର୍ଯ୍ୟ ଶେଷ ହେବା କଥା । ହେଲେ ୨୦୧୪ ମସିହା ଯାଇ ୨୦୨୦ ମସିହା ସରିବାକୁ ବସିଲାଣି ,ଏଯାଏ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ ଗଦି ଷ୍ଟ୍ରକଚର । ଫଳରେ ଚାନ୍ଦବାଲି ଓ ତିହିଡି ବ୍ଲକର ପାଖାପାଖି ୧୦ ପଂଚାୟତର ଲୋକେ ବିଦ୍ୟୁତ ସମସ୍ୟାରେ ଜୁଝିହେଉଥିବା ଅଭିଯୋଗ କରିଛନ୍ତି ।
ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଲୋ-ଭୋଲଟେଜ ସମସ୍ୟା ବଢିଚାଲିଛି । ଯାହାର ସିଧାସଳଖ ପ୍ରଭାବ ପଡୁିଛି ଲୋକଙ୍କ ଉପରେ । ଅନ୍ୟପଟେ ସରକାର ଗୁପ୍ତା ପାଓାର ଇନଫଷ୍ଟ୍ରକଚର ଲିମିଟେଡକୁ ଏହି ନିର୍ମାଣ ଦାୟିତ୍ୱ ଦେଇଥିଲେ ହେଲେ ଗୁପ୍ତାର ଢିଲା କାର୍ଯ୍ୟ ପାଇଁ ଆଜି ପର୍ଯ୍ୟନ୍ତ ଏହି ଷ୍ଟ୍ରକଚର କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ କରିଛନ୍ତି ଲୋକେ । କାମ ଆରମ୍ଭରୁ ସୂଚନା ଫଳକ ନଥିବାର ଅଭିଯୋଗ ହୋଇଛି ।
ଏହି ଷ୍ଟ୍ରକଚର କାର୍ଯ୍ୟକ୍ଷମ ହେଲେ ଚାନ୍ଦବାଲି ବ୍ଲକର ଘଟପୁର ,ମାଧପୁର , ଖେରଙ୍ଗ ,ନାଲଗୁଣ୍ଡା ସମେତ ତିହିଡି ବ୍ଲକର ଗଦି , ରାଜନଗର , ପିରାହାଟ , ଦୈତଲପୁର ଏମିତିଭାବେ ୧୦ରୁ ଉର୍ଦ୍ଧ ପଂଚାୟତବାସୀ ଉପକୃତ ହେବେ । ହେଲେ ଏପର୍ଯ୍ୟନ୍ତ ଏହି ଷ୍ଟ୍ରକଚର କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ବାରମ୍ବାର ଦାବି ପରେ କଣ ପାଇଁ କାର୍ଯ୍ୟକ୍ଷମ ହେଉନି ତାର ମଧ୍ୟ ଉତ୍ତର କେହି ଦେଉନଥିବା ଅଭିଯୋଗ ହୋଇଛି ।