କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଶବଦାହ କରିବାକୁ ନେଇ ଉତ୍ତେଜନା, ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ

ମୟୁରଭଞ୍ଜ(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟ ସୁନାରିପୋଷି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଶବ ଦାହ କରିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବିଡ଼ିଓ, ତହସିଲଦାର, ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଘେରାଉ କରି ରଖିଛନ୍ତି। ସୂଚନା ମୁତାବକ ମଙ୍ଗଳବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସି ହାଣ୍ଡିଫୁଟା ଗ୍ରାମର ଜଣେ ବୃଦ୍ଧା ପରୀକ୍ଷାରୁ କୋଭିଡ ପଜିଟିଭ ବାହାରିବାର କିଛି ସମୟ ପରେ ହିଁ ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । କରୋନାରେ ଆକ୍ରାନ୍ତ ହୋଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାରୁ ପଡ଼ିବାକୁ ପ୍ରଶାସନ ପକ୍ଷରୁ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାରିପୋଷି ନିକଟରେ ଥିବା ଜଙ୍ଗଲ ନିକଟକୁ ନିଆ ଯାଇଥିଲା ।

ସ୍ଥାନୀୟ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର ଜୟକୃଷ୍ଣ ପାତ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦିବାକର ମାଝୀ, ଠାକୁରମୁଣ୍ଡା ଥାନା ପୋଲିସ ଦିନ ପ୍ରାୟ ୪.୩୦ ମିନିଟ ସମୟରେ ଶବ ପୋଡ଼ିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଠେଙ୍ଗାବାଡି ଧରି ଶବ ସେଠାରେ ପୋଡ଼ାଇ ନ ଦେବାକୁ ଜିଦ ଧରି ଅଧିକାରୀ ମାନଙ୍କୁ ଘେରାଉ କରି ରଖିଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ କରଞ୍ଜିଆ ସହରରେ ଏମିତି ପରିସ୍ଥିତି ସୃଷ୍ଟି ହେଇଥିଲା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.