ଅଳ୍ପକେ ବଞ୍ଚିଗଲା ଜୀବନ, ଯୁବକଙ୍କୁ ପାଣିରୁ ଛାଣି ଆଣିଲେ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀ

ନଦୀ ପୋଲ ଉପରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ ଜଣେ ଯୁବକ । ଆଉ ତାକୁ ଦେଖି ଦେଲେ କିଛି ଲୋକ । ତୁରନ୍ତ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଉଦ୍ୟମରେ ଡଙ୍ଗା ସାହାଯ୍ୟରେ ତାଙ୍କୁ ପାଣିରୁ ଛାଣି ଆଣିଲେ। ଅଳ୍ପକେ ବଞ୍ଚିଗଲା ଜୀବନଟିଏ ।
ସମୟ ପାଖାପାଖି ଦିନ ଗୋଟାଏ ତିରିଶ । ଯୁବକ ଜଣଙ୍କ ହଠାତ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ । କେନ୍ଦ୍ରାପଡା ଜିଲ୍ଲା ଆଳିର ଗଡ଼ଗଡ଼ି ସେତୁ ଉପରୁକୁ ଆସି ବାଇକ୍ ରଖି ଅଚାନକ ନଦୀକୁ ଡେଇଁ ଥିଲେ । ସେତେବେଳେ ପୋଲ ଦେଇ ଯାଉଥିବା ବାଟୋଇ ଏକଥା ଦେଖିବାକୁ ପାଇଥିଲେ। ପାଟି କରି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ମସ୍ୟଜୀବୀଙ୍କୁ ଡାକ ପକାଇଲେ । ତେବେ ଯାହାର ଆୟୁଷ ଅଛି ତାକୁ ବା ଯମ କେମିତି ନେଇଥାନ୍ତେ ? ତାଙ୍କୁ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଯାହା ଜଣାପଡ଼ିଛି, ଯୁବକ ଜଣକ ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ
ହୁଏତ କ୍ଷଣିକ ରାଗରେ ଏଭଳି ଏକ ନିଷ୍ପତ୍ତି ନେଇଗଲେ ଯୁବକ ଜଣକ । ହେଲେ ଯଦି କିଛି ଅଘଟଣ ଘଟିଥାନ୍ତା ତାହାହେଲେ ତାଙ୍କ ପରିବାରର କଣ ହୋଇଥାନ୍ତା ? ଏ ନେଇ ଆଗେ ଚିନ୍ତା କରିବା ଉଚିତ ଥିଲା । ତାଛଡ଼ା ଜୀବନ ହାରିବା କେବଳ ଆଇନଗତ ଅପରାଧ ନୁହେଁ ଏହା ମାନବିକତାର ମଧ୍ୟ ବିରୋଧୀ ।
Also Read: ପରୀକ୍ଷା ଶେଷ ଦିନରେ ଲିଭିଗଲା ଜୀବନ ଦୀପ, ପୁଅର ଏଭଳି ଅଚାନକ ମୃତ୍ୟକୁ ଗ୍ରହଣ କରିପାରୁନାହାନ୍ତି ବାପା ମା’