ସମ୍ବଲପୁର ମହାନଗର ନିଗମର କଣ୍ଟେନମେଣ୍ଟ ଜୋନ୍ ରେ ଠିକ୍ ସେ ହେଉନି ସଫେଇ କାର୍ଯ୍ୟ, ଅସନ୍ତୋଷ ବ୍ଯକ୍ତ କଲେ ଅଞ୍ଚଳବାସୀ

ସମ୍ବଲପୁର(କେନ୍ଯୁଜ୍): ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧତାକୁ ଭୁଲି ଏଭଳି ଏକ ସଂକଟପୂର୍ଣ୍ଣ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ଥାନା ଅଧିକାରିଣୀଙ୍କୁ କିଭଳି କଣ୍ଟେନମେଣ୍ଟ ଜୋନକୁ ସଫେଇ କରିବା ପାଇଁ କହୁଛନ୍ତି SMC କମିଶନର। ଏଭଳି ଘଟଣା ଯେତିକି ଆଶ୍ଚର୍ଯ୍ୟ ତା ଠୁ ବେଶି ଆଚମ୍ବିତ କରିଛି । କଣ୍ଟେନମେଣ୍ଟ ଜୋନ ଠିକ୍ ଭାବେ ସଫା ହେଉନଥିବାରୁ ବଡ ବଜାର ଅଂଚଳର ପଡ଼ାବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯେତେବେଳେ SMC ଅବହେଳାର ଯୁକ୍ତିତର୍କ ଆରଂଭ ହୋଇଥିଲା ସେତେବେଳେ ନିକଟରେ ଥିବା ମହାନଗର ନିଗମ କମିଶନର ଯେଉଁ କାମ ନିଜ ବିଭାଗ କରିବା କଥା ତାହା ପୋଲିସ ମୁଣ୍ଡରେ ଲଦୁଛନ୍ତି। ତାହା ପୁଣି ଜଣେ ଜଣେ IAS ଅଧିକାରୀଙ୍କ ସମ୍ମୁଖରେ । ଏହି ଭିଡ଼ିଓ ଭାଇରାଲ ହେଲା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସହରରେ ସଫେଇ କାର୍ଯ୍ୟ ପାଇଁ ବୋଧେ ପୋଲିସକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ଘଟଣା ପରେ ଲୋକେ ପୋଲିସକୁ ଫୋନ କରି ମଇଳା ସଫେଇ ପାଇଁ ଅନୁରୋଧ କରୁଛନ୍ତି। ଏବେ ପୋଲିସ ଏନେଇ କାହାକୁ ଅଭିଯୋଗ କରିବ ବୋଲି ଚିନ୍ତାରେ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.