କଣ୍ଟେନମେଣ୍ଟ ହଟାଇବା ଦାବିରେ ରାଉରକେଲାରେ ତୀବ୍ର ଉତ୍ତେଜନା, ମୁହାଁମୁହିଁ ହେଲେ ପୋଲିସ ଓ ଜନତା

ରାଉରକେଲା: ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଦାବି ପ୍ରକାଶ ପାଇଛି ଉତ୍ତେଜନା । ଟାୟାର ଜାଳିବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ପଥର ମାଡ଼ ସହ ବ୍ୟାରିକେଡ଼ ଭାଙ୍ଗିଛନ୍ତି ଲୋକ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ପିରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

fightସୂଚନା ଅନୁଯାୟୀ,ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଘୋଷଣା କରାଯିବା ସହ ବିଭିନ୍ନ କଟକଣା ଲଗାଯାଇଥିଲା। ଏକ ମାସ ପରେ ଆଜି ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ହେଲେ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.