ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ: ୭୧ ଖଣ୍ଡ ଗାଁ କଟକ ସଡ଼ିଏରେ ମିଶିବାକୁ ବିରୋଧ, ଗାଡି ଚଳାଚଳ ଠପ୍‌

ଆଠଗଡ଼(କେନ୍ୟୁଜ): ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ। ୭୧ ଖଣ୍ଡ ଗାଁ କଟକ ସଡ଼ିଏରେ ମିଶିବାକୁ ବିରୋଧ କରି ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ସୁରକ୍ଷା ମଞ୍ଚ । ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।
ପୂର୍ବରୁ ଏହି ମିଶ୍ରଣ କୁ ବିଭିନ୍ନ ସଙ୍ଗଠନ ବିରୋଧ କରୁଥିବା ବେଳେ ଆଠଗଡ଼ ବନ୍ଦ ଡାକରା ଦେଇଛି ଆଠଗଡ଼ ସୁରକ୍ଷା ମଞ୍ଚ ।

ଆଠଗଡ଼ ଐତିହ ପରମ୍ପରା ତଥା ଆଠଗଡ଼ ଅଞ୍ଚଳର ଆରାଧ୍ୟ ଠାକୁର ବାବା ଧବଳେଶ୍ୱର, ବାବା ସର୍ପେଶ୍ୱର ଙ୍କ ପୀଠ ଏହି ଆଧାରରେ କଟକ ସିଡିଏ ଅଞ୍ଚଳରେ ମିଶିବାକୁ ଯାଉଛି । ଯାହାକୁ ତ୍ରିବ୍ର ବିରୋଧ କରିଛି ଆଠଗଡ଼ ସୁରକ୍ଷା ମଞ୍ଚ । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ ଫୋର୍ସ ମୁତୟନ ସହ ୧୫ ଅଫିସର ମୁତୟନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.