ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଆକାଶରେ ପ୍ରଚଣ୍ଡ ଶବ୍ଦ,ଥରି ଉଠିଲା ବହୁ ଅଞ୍ଚଳ

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଆକାଶରେ ପ୍ରଚଣ୍ଡ ଶବ୍ଦ । ହଠାତ୍‌ କିଛି ସମୟ ପାଇଁ କାନ ଫଟା ଶବ୍ଦ ଶୁଣିବାକୁ ମିଳିଥିଲା । ବାଲେଶ୍ୱର ଓ ବାରିପଦା ସହରରେ ପ୍ରଚଣ୍ଡ ଶବ୍ଦ ଥରାଇ ଦେଇଥିଲା । କଣ ହେଲା କେହି କିଛି ବୁଝି ପାରି ନଥିଲେ । ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ବାରିପଦା ସହରରେ ଦିନ ୧୧ଟା ୮ ବେଳେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ।

ବାଲେଶ୍ୱର : ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଆକାଶରେ ପ୍ରଚଣ୍ଡ ଶବ୍ଦ । ହଠାତ୍‌ କିଛି ସମୟ ପାଇଁ କାନ ଫଟା ଶବ୍ଦ ଶୁଣିବାକୁ ମିଳିଥିଲା । ବାଲେଶ୍ୱର ଓ ବାରିପଦା ସହରରେ ପ୍ରଚଣ୍ଡ ଶବ୍ଦ ଥରାଇ ଦେଇଥିଲା । କଣ ହେଲା କେହି କିଛି ବୁଝି ପାରି ନଥିଲେ । ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ବାରିପଦା ସହରରେ ଦିନ ୧୧ଟା ୮ ବେଳେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ।

ଥରି ଉଠିଲା ବହୁ ଅଞ୍ଚଳ । ଏତେଜୋରରେ ଶବ୍ଦ ହୋଇଥିଲା ଯେ, ଘରର କବାଟ ଝରକା ଦୋହଲି ଯାଇଥିଲା । ହସ୍ପିଟାଲରୁ ଭୟରେ ବାହାରକୁ ଚାଲି ଆସିଥିଲେ ରୋଗୀ । ଗଛରେ ବସିଥିବା ବିଭିନ୍ନ ପକ୍ଷୀ ଓ ବାଦୁଡ଼ି ସବୁ ଉଡ଼ିଯାଇଥିଲେ । ତେବେ କେଉଁ କାରଣରୁ ଏତେ ଜୋରରେ ଶବ୍ଦ ହେଲା କାରଣ ଜଣା ପିଡିନି । ପୂର୍ବରୁ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।

You might also like