କୋର୍ଟରେ ବିବାହ କରିବାକୁ ଆସି ପ୍ରେମୀ ଯୁଗଳ ହଟହଟା

ବାରିପଦା: କୋର୍ଟରେ ବିବାହ କରିବାକୁ ଆସି ପ୍ରେମୀ ଯୁଗଳ ହଟହଟା । ଯାହାଙ୍କୁ ଧରିଲେ ସ୍ଥାନୀୟ କିଛି ଯୁବକ । ଦେଲେ ଉତ୍ତମ ମଧ୍ୟମ । ଯାହା ଖବର ମିଳିଛି, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଓ ପରେ ବିହାହ କରିବାକୁ ନିଷ୍ପତ୍ତି ଏବେ ମୁର୍ଶିଦାବାଦଜବରୁ ମୟୁରଭଞ୍ଜ ଜିଲ୍ଲାକୁ ରାଜମିସ୍ତ୍ରୀ ଭାବେ କାର୍ଯ୍ୟକରିବାକୁ ଆସିଥିବା ଜଣେ ବ୍ୟକ୍ତିକୁ ପଡିଛି ମହଙ୍ଗା । ବାହାଘର ଭୁଲି ଏବେ ଥାନା ପିଣ୍ଡାରେ ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ କୋର୍ଟ ସମ୍ମୁଖରେ ।
ଗତକାଲି ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥନା ଅଞ୍ଚଳ ଜନୈକା ମହିଳା ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତିକୁ ବିହାହ କରିବାକୁ ପହଁଚିଥିଲେ ବାରିପଦା କୋର୍ଟ ପରିସର । କିଛି ସମୟ ପରେ ଯୁବକ ଜଣକ ମଧ୍ୟ ପହଁଚି ବିବାହ ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ସ୍ଥାନୀୟ କିଛି ଯୁବଗୋଷ୍ଠୀ ପହଁଚି ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ମହିଳାଙ୍କୁ ଭୁଲାଇ ଫୁସଲାଇ ବିବାହ କରୁଥିବା ଅଭିଯୋଗ ଆଣିଥିଲେ । ଏହାସହ ଅଟକ ପ୍ରେମିକକୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସର ଜିମା ଦେଇଥିଲେ ଉତ୍ୟକ୍ତ ଲୋକେ ।
ତେବେ ଯାହା ଖବର ମିଳିଛି, ମହିଳା ଜଣକ ପୂର୍ବରୁ ବିବାହ କରିଥିବା ବେଳେ ଦୀର୍ଘ ଦିନରୁ ସ୍ୱାମୀ ଛାଡିଦେଇଥିଲେ । ତାଙ୍କର ୩ ବର୍ଷର ଏକ ଝିଅ ମଧ୍ୟ ରହିଛି । ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ତେବେ ବ୍ୟକ୍ତି ଜଣକ ମଧ୍ୟ ରାଜମିସ୍ତ୍ରୀ କାର୍ଯ୍ୟ କରେ । ସେ ମଧ୍ୟ ବିବାହିତ । ତାର ୪ଟି ସନ୍ତାନ ଅଛନ୍ତି । ପ୍ରଥମ ସ୍ତ୍ରୀ ଥାଇକି ବି ସେ ବେଆଇନ ଭାବେ ଲୁଚିଛପି ଦ୍ଵିତୀୟ ବିବାହ କରିବାକୁ ଆସିଥିଲା ।
ତେବେ ଯାହା ଖବର ମିଳିଛି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଗତକାଲି ବିବାହ ପାଇଁ ଆସିଥିଲେ କୋର୍ଟକୁ । ଏନେଇ ଖବର ପାଇ କୋର୍ଟ ପରିସରରେ ପହଁଚିଥିଲେ ସ୍ଥାନୀୟ ଲୋକେ । ପ୍ରେମୀ ଯୁଗଳଙ୍କୁ ଧରିବା ସହ ବାହାଘରକୁ ଅଟକାଇ ଥିଲେ । ଏପଟେ ଘଟଣାକୁ ନେଇ ବାରିପଦା ଟାଉନ ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
କୁହାଯାଏ ପ୍ରେମ ଅନ୍ଧ । ସ୍ଥାନ, କାଳ, ପାତ୍ର, ବୟସକୁ ଖାତିର ନକରି ପ୍ରେମ ତାର ପ୍ରଭୂତ୍ୱକୁ ଜାହିର କରେ । ହେଲେ ସମାଜରେ ବର୍ତ୍ତମାନ ପ୍ରେମର ସଂଜ୍ଞା ବଦଳିଗଲାଣି । ବାସ୍ତବବାଦୀ ଦୁନିଆରେ ପ୍ରେମ ପରେ ପ୍ରତାରଣାର କାହାଣୀ ଅନେକ ସାମ୍ନାକୁ ଆସୁଛି । ଯାହାର ଫଳ ସତ ଭଲପାଉଥିବା ପ୍ରେମିକ କିମ୍ବା ପ୍ରେମିକାକୁ ହିଁ ଭୋଗ କରିବାକୁ ପଡିଥାଏ ।