ତିନିଟି ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ) : କରୋନାକୁ ନେଇ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ ଲାଇନ୍‌। ଆଜି ରାତି ୮.୩୦ ମିନିଟ୍‌ରେ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ପୌରାଞ୍ଚଳରେ୧୪ ଦିନ ଲକ୍‌ଡାଉନ୍‌ । ୧୭ ତାରିଖ ସନ୍ଧ୍ୟା ୬ଟାରୁ ୩୧ ଜୁଲାଇ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଏହି ସମୟରେ କରୋନାର ଧାରାକୁ ଭାଙ୍ଗିବା ପାଇଁ ପୂର୍ବ ପରି ଟେଷ୍ଟିଂ, ଆଇସୋଲେସନ୍‌ ଏବଂ ଚିକିତ୍ସା ଆଦି ଠାରୁ ଆରମ୍ଭ କରି ବିଭିନ୍ନ ଆବଶ୍ୟକ ପଦକ୍ଷେପ ନିଆଯିବ ।
ଏସବୁ ଜାଗାରେ

  • ଦୈନିକ ପରିବା, ଗ୍ରୋସରୀ, ସକାଳ ୬ଟାରୁ ଦିନ ଗୋଟାଏ ଖୋଲା ରହିବ ।
    ଲୋକେ ଦୂର ଜାଗାକୁ ଯାଇ କିଣାକିଣି କରି ପାରିବେ ନାହିଁ ।
  • ଜମାଟୋ, ସ୍ୱିଗି ଭଳି ସଂସ୍ଥା ଖାଦ୍ୟ ଯୋଗାଇ ପାରିବେ ।
  • ମେଡିସିନ ଓ ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ ସଂସ୍ଥା ଖୋଲା ରହିବ ।
  • ବିଭିନ୍ନ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ ।
  • ଗଣମାଧ୍ୟମ ପ୍ରତିନିଧିଙ୍କୁ କମିଶନରେଟ୍‌ ପୋଲିସ୍‌ ପାସ୍‌ ଜରିଆରେ ଚଳପ୍ରଚଳ ହେବେ ।
  • ଏହି ୪ଟି ଜିଲ୍ଲାରୁ ଲୋକେ ବାହାର ଜିଲ୍ଲାକୁ ଆସି ପାରିବେ ନାହିଁ । କେବଳ ଅତ୍ୟାବଶ୍ୟକ ସ୍ଥଳରେ ଅନୁମତି ମିଳିବ ।
  • ଏହି ସବୁ ସ୍ଥାନରେ ପୂର୍ବ ଭଳି ଆଉ ଶନିବାର ଓ ରବିବାର ସଟ୍‌ଡାଉନ୍‌ ହେବ ନାହିଁ ।

ପଢନ୍ତୁ ଲକ୍‌ଡାଉନ୍‌ର ସମ୍ପୂର୍ଣ୍ଣ ଗାଇଡ୍‌ ଲାଇନ୍‌

ଶୁଣନ୍ତୁ ଲକ୍‌ଡାଉନ୍‌କୁ ନେଇ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.