୧୭ ଜିଲ୍ଲାରେ କୋହଳ ହେଲା ଲକଡ଼ାଉନ, ୧୩ ଜିଲ୍ଲାରେ ବଢ଼ିଲା ସମୟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଲକଡ଼ାଉନ କଟକଣା ଆଂଶିକ କୋହଳ କରାଯାଇଥିବା ସୂଚନା । ରାଜ୍ୟକୁ  କାଟାଗୋରି ଏ ଓ କାଟାଗୋରି ବିରେ ବିଭକ୍ତ କରାଗଲା । ୫ ପ୍ରତିଶତରୁ କାମ ପଜିଟିଭିଟି ଥିବା ଭିତରେ କାଟାଗୋରୀ ଏ ରଖାଯାଇଥିବା ବେଳେ ୧୭ ଜିଲ୍ଲା ରଖାଯାଇଥିବା  ୫ ପ୍ରତିଶତରୁ ଅଧିକ ଥିବା ୧୩ ଜିଲ୍ଲାକୁ କାଟାଗୋରି ବିରେ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ କୋହଳ ହେଲା ଲକଡ଼ାଉନ । ଯେବେକି ଓଡ଼ିଶାର ଅନ୍ୟାନ ପ୍ରାନ୍ତରେ ନିୟମ କଡାକଡି ରହିଛି  କିନ୍ତୁ ନିତ୍ୟବ୍ୟବହାର୍ଯ୍ୟ ବା ଅତ୍ୟାବଶକୀୟ ସାମଗ୍ରୀ କ୍ରୟବିକ୍ରୟ ସମୟକୁ କିଛିଟା ବଢ଼ାଇ ଦିଆଯାଇଛି ।  ଜୁଲାଇ ୧ ଯାଏଁ ରାଜ୍ୟରେ ଆଂଶିକ ଲକ ଡ଼ାଉନ ଜାରି ରହିବ ।

-୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ ବଜାର

-୧୭ ଜିଲ୍ଲାରେ ସକାଳ ୭ ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲିବ ଦୋକାନ

-ସପ୍ତାହାନ୍ତ ସଟ ଡ଼ାଉନ ଓ ନାଇଟ କର୍ଫ୍ୟୁ ଜାରି ରହିବ

-କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନ ଉପରୁ ଉଠିଲା କଟକଣା

-ମିଠା ଦୋକାନ ଖୋଲାକୁ ମିଳିଲା ଅନୁମତି

-ବିବାହ, ଅନ୍ତେଷ୍ଠି,  ଭୋଜି ଉପରେ କଟକଣା

-ସିନେମା ହଲ, ସାଲୁନ, ପାର୍ଲର, ଜିମ ବନ୍ଦ ରହିବ

-ସାମାଜିକ ଅନୁଷ୍ଠାନକୁ ମିଳିବନି ଅନୁମତି

-ରାଜ୍ୟର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ବନ୍ଦ ରହିବ

-ସକାଳ ୬ ଟାରୁ ୯  ଟା ଯାଏଁ ପ୍ରାତଃଭ୍ରମଣକୁ ମିଳିଲା ଅନୁମତି

-ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂଗ କ୍ଲାସ ଓ ପବ୍ଲିକ ବସ ସେବା

-୭ କମ୍‌ ସଂକ୍ରମିତ ଜିଲ୍ଲାରେ ଉଠା ଦୋକାନୀଙ୍କୁ ବିକ୍ରି ଅନୁମତି ପ୍ରଦାନ କରାଯାଇଛି

-କେବଳ ପାର୍ସଲ ହେବାକୁ ନିର୍ଦ୍ଦେଶ ମିଳିଛି

ଆଜି ଅପରାହ୍ନ ୧ ଟା ୩୦ ରେ ପ୍ରେସ ମିଟ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋହଳ କରାଯାଇଥିବା ଜିଲ୍ଲା ଗୁଡିକରେ ଦୋକାନୀ ମାନଙ୍କୁ ନିୟମ କଡାକଡି ଭାବେ ପାଳନ କରିବାକୁ ସୂଚନା ଦେଇଛନ୍ତି । ଏହା ସହ ଲକ୍ଷଣ ଦେଖାଦେଉଥିଲେ ସମୟ ପୂର୍ବରୁ ନିଜର ଟେଷ୍ଟ କରାଇ ନେବାକୁ କହିଛନ୍ତି । ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ଚେକ୍‌ ପୋଷ୍ଟରେ ପ୍ରବେଶ କଟକଣା ହଟାଇ ଦିଆଯାଇଛି। କିନ୍ତୁ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ରହିଥିବାରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସୀମାରେ କଟକଣା ପୂର୍ବଭଳି ଜାରି ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.