ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବଢି ପାରେ ଲକଡାଉନ୍, ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ବୃଦ୍ଧି ଆଶଙ୍କା । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି ସରକାର । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥତା ହାର ଅଧିକ ରହୁଛି । ହେଲେ ପ୍ରତିଦିନ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ହେଲେ ବାତ୍ୟା ପାଇଁ ଟେଷ୍ଟିଂ ସଂଖ୍ଯା କମିଥିଲା । ଏହି ସମୟରେ ୬ରୁ ୭ ହଜାର ରହିଥିଲା ସଂକ୍ରମିତଙ୍କ ସଂଖ୍ୟା । ଏହି ସମୟରେ ଲକଡାଉନ୍‌ ବୃଦ୍ଧିର ଆବଶ୍ୟକତା ରହିଥିବା ବିଶେଷଜ୍ଞ କହୁଛନ୍ତି ।

ଏନେଇ ବିଶେଷଜ୍ଞଙ୍କ ମତାମତକୁ ବିଚାର କରି ପରବର୍ତ୍ତୀ ଲକଡାଉନ୍‌ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ । ଦୈନିକ ସଂକ୍ରମଣ ୧୬ରୁ ୧୭ ପ୍ରତିଶତ ମଧ୍ୟରେ ରହୁଛି । ଆକ୍ଟିଭ କେସ୍‌ ୯୭ ହଜାର ଉପରେ ରହୁଛି । ଏହି ସ୍ଥିତିରେ ଲକଡାଉନ୍‌ କଟକଣା ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.